ଉନ୍ନତ ଏଆଇ ଗବେଷଣା ପାଇଁ ଆଇଆଇଟି ଖଡ଼ଗପୁରକୁ ୫୦ ଲକ୍ଷ ଡଲାର ଦେବ ଗୁଗଲ୍
ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)- ପ୍ରଯୁକ୍ତି କ୍ଷେତ୍ରର ଦିଗ୍ଗଜ କମ୍ପାନୀ ଗୁଗଲ୍ ଶନିବାର କହିଛି ଯେ ଉନ୍ନତ କୃତ୍ରିମ ବୁଦ୍ଧିମତା (ଏଆଇ) ଗବେଷଣାର ବିକାଶ ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଆଇଆଇଟି ଖଡ଼ଗପୁରକୁ ୫୦ ଲକ୍ଷ ଡଲାର (ପ୍ରାୟ ୪୬ କୋଟି ଟଙ୍କା) ଆର୍ôଥକ ସହାୟତା ପ୍ରଦାନ କରିବ। ଭାରତୀ
प्रौद्योगिकी क्षेत्र की दिग्गज कंपनी गूगल के लोगों का प्रतीकात्मक चित्र


प्रौद्योगिकी क्षेत्र की दिग्गज कंपनी गूगल के लोगों का प्रतीकात्मक चित्र


ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)- ପ୍ରଯୁକ୍ତି କ୍ଷେତ୍ରର ଦିଗ୍ଗଜ କମ୍ପାନୀ ଗୁଗଲ୍ ଶନିବାର କହିଛି ଯେ ଉନ୍ନତ କୃତ୍ରିମ ବୁଦ୍ଧିମତା (ଏଆଇ) ଗବେଷଣାର ବିକାଶ ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଆଇଆଇଟି ଖଡ଼ଗପୁରକୁ ୫୦ ଲକ୍ଷ ଡଲାର (ପ୍ରାୟ ୪୬ କୋଟି ଟଙ୍କା) ଆର୍ôଥକ ସହାୟତା ପ୍ରଦାନ କରିବ।

ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି) ଖଡ଼ଗପୁରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ସଂସ୍ଥାନର ନିର୍ଦ୍ଦେଶକ ସୁମନ ଚକ୍ରବର୍ତୀ କହିଥିଲେ ଯେ ବ୍ୟବହାରିକ ଏଆଇ ଗବେଷଣା ପାଇଁ ଅର୍ଥ ସହାୟତା ଯୋଗାଇବାର ଏହି ଯୋଜନା ସଂସ୍ଥାନର ପୂର୍ବତନ ଛାତ୍ର ତଥା ଗୁଗଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇ ପ୍ରସ୍ତୁତ କରିଛନ୍ତି।

କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ କହିଛି, “ଗୁଗଲ୍ ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (ଆଇଆଇଟି ଖଡ଼ଗପୁର)କୁ ୫୦ ଲକ୍ଷ ଆମେରିକୀୟ ଡଲାରର ଆର୍ôଥକ ସହାୟତା ପ୍ରଦାନ କରୁଛି। ଏହାର ଉଦ୍ଦେଶ୍ୟ ଉନ୍ନତ ଏଆଇ ଗବେଷଣାର ବିକାଶ ଓ ଏହାକୁ ତ୍ୱରାନ୍ୱିତ କରିବା ସହିତ ଭାରତର ଆଗାମୀ ପିଢ଼ିର ବୈଜ୍ଞାନିକ ଓ ବୈଷୟିକ ପ୍ରତିଭାଙ୍କୁ ପ୍ରସ୍ତୁତ କରିବା।

କମ୍ପାନୀ ଅନୁଯାୟୀ, ଏହି ସହଯୋଗ ଅଧୀନରେ ସଂସ୍ଥାନର ଗବେଷକ ଓ ଛାତ୍ରଛାତ୍ରୀଙ୍କୁ ତିନୋଟି ପ୍ରମୁଖ କ୍ଷେତ୍ରରେ ସହାୟତା ଯୋଗାଇ ଦିଆଯିବ। ସେଗୁଡ଼ିକ ହେଲା ଉନ୍ନତ କୃତ୍ରିମ ବୁଦ୍ଧିମତା (ଏଆଇ) ଗବେଷଣା, ଶିକ୍ଷାଗତ ସୁଯୋଗର ସମ୍ପ୍ରସାରଣ ଏବଂ ଏଆଇ କ୍ଷମତାର ବିକାଶ। ଏଥିସହିତ ଉନ୍ନତ ଏଆଇ ଗବେଷଣା ଅଧୀନରେ ଭାରତୀୟ ଭାଷା, ସାମଗ୍ରୀ ବିଜ୍ଞାନ, କୃଷି ଓ ଶିକ୍ଷାଗତ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରର ବାସ୍ତବ ସମସ୍ୟାର ସମାଧାନ ପାଇଁ ଏଆଇର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ।

ସୁନ୍ଦର ପିଚାଇ କହିଛନ୍ତି, “ଆଇଆଇଟି ଖଡ଼ଗପୁର ଭାରତୀୟ ଭାଷା, କୃଷି ଓ ଶିକ୍ଷା ଭଳି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଏହି ନୂତନ ସହଭାଗିତା ମାଧ୍ୟମରେ ଏହି ପ୍ରୟାସଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନେଇ ଗୁଗଲ୍ ଉତ୍ସାହିତ।

ସେ କହିଥିଲେ ଯେ ଆଇଆଇଟି ଖଡ଼ଗପୁର ତାଙ୍କ ଜୀବନକୁ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଏହି ସହଯୋଗ ଛାତ୍ରଛାତ୍ରୀଙ୍କ ଆଗାମୀ ପିଢ଼ିର ଭବିଷ୍ୟତକୁ ଦିଗ୍ଦର୍ଶନ ଦେବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ପିଚାଇ କହିଛନ୍ତି ଯେ ଭାରତ ନବସୃଜନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି। ଏଭଳି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେହି ଦୃଷ୍ଟିକୋଣକୁ ସାକାର କରିବାରେ ସହାୟତା କରିବ, ଯାହା ଅନୁଯାୟୀ ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଏଆଇର ସୁଫଳ ପହଂଚାଇବା ଲକ୍ଷ୍ୟ ରହିଛି। ଉଲ୍ଲେଖଯୋଗ୍ୟ, ଗୁଗଲ୍ର ସିଇଓ ସୁନ୍ଦର ପିଚାଇ ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ର।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande