କଦମପଡ଼ା ଶିଶୁ ମନ୍ଦିରରେ ଜେଜେମାଆ ଓ ଜେଜେ ବାପା ସମ୍ମିଳନୀ ଅନୁଷ୍ଠିତ
ବଲାଙ୍ଗୀର, ୨୧ ନଭେମ୍ବର(ହି.ସ.) – ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମାଆ ଓ ଜେଜେ ବାପା ସମ୍ମିଳନୀ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାମଚନ୍ଦ୍ର ପଟେଲ ଯ
କଦମପଡା ଶିଶୁ ମନ୍ଦିରରେ “ଜେଜେମାଆ ଓ ଜେଜେ ବାପା” ସମ୍ମିଳନୀ ଅନୁଷ୍ଠିତ


କଦମପଡା ଶିଶୁ ମନ୍ଦିରରେ “ଜେଜେମାଆ ଓ ଜେଜେ ବାପା” ସମ୍ମିଳନୀ ଅନୁଷ୍ଠିତ


ବଲାଙ୍ଗୀର, ୨୧ ନଭେମ୍ବର(ହି.ସ.) – ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମାଆ ଓ ଜେଜେ ବାପା ସମ୍ମିଳନୀ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ରାମଚନ୍ଦ୍ର ପଟେଲ ଯୋଗ ଦେଇଥିଲେ। ସମବେତ ସଙ୍ଗୀତ ଛାତ୍ରୀ ଅରୋହି ଜାଲ, ଅନ୍ୱେଷା ମେର୍ଲୀ, ସୁନୀତା ସେଠ, ଆଲିଶା ବାଗ୍, ଯୋଗେଶ୍ୱରୀ ନେଗି, ରୋହିପ୍ରଜ୍ଞା ନାଏକ, ଶ୍ରୀୟାଂଶି ସାଏ ଆଦି ଗାନ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜେଜେ ବାପାଙ୍କ ମଧ୍ୟରେ ୬୦ ଜଣ ଓ ଜେଜେମାଆ ୫୫ ଜଣ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଲେ ଯେ ଯୌଥ ପରିବାରର ପୁରୋଧା ଜେଜେ ମାଆ ଓ ଜେଜେ ବାପା ହିଁ ଆଗାମୀ ପିଢିକୁ ସୁନ୍ଦର କରି ଶିଶୁକୁ ପିଲା ବେଳୁରୁ ହିଁ ଗଢି ଥାଆନ୍ତି। ସଂଯୋଜନା ଗୁରୁମା ବିଦ୍ୟୁତ ରେଖା କର କରି ଥିଲେ। ମଂଚାସୀନ ଅନ୍ୟତମ ଅତିଥି ଭାବେ ଉପ ସଭାପତି ରବୀନ୍ଦ୍ର ପଣ୍ଡା ଓ ସଂପାଦକ ତରଣୀସେନ ପଟେଲ, ଉପସ୍ଥିତ ଥିଲେ। ଅନେକ ବୟୋଜ୍ୟେଷ୍ଠ ଅତିଥି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସଂପାଦକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହିପରି ଗୁରୁଜୀ ଜଗତ ବିହାରୀ ପଟେଲଙ୍କ ସଂଚାଳନରେ କାର୍ଯ୍ୟକ୍ରମଟି ସଫଳତା ସହ ସମ୍ପୁର୍ଣ୍ଣ ହୋଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande