
ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.) ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଚକ୍ରଧର ବିର୍ତ୍ତିଆ ସରକାରୀ ହାଇସ୍କୁଲ ବିଜ୍ଞାନ ଶିକ୍ଷୟିତ୍ରୀ ସୁନୀତା ସେଟ(୩୧) ଙ୍କ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ଶୁକ୍ରବାର ରାତିରେ ଅକାଳ ବିୟୋଗ ହୋଇଯାଇଛି l ସେ ଜଣେ ଛାତ୍ରବତ୍ସଳା, କର୍ତ୍ତବ୍ୟନିଷ୍ଠା ଏବଂ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ବିଦ୍ୟାଳୟ ତଥା ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ତାଙ୍କର ପୈତୃକ ଘର କୋଲାବିରା ବ୍ଲକ ଅଧିନସ୍ଥ ଲୁଡ଼ୁଙ୍ଗ ଗ୍ରାମରେ ଓ ତାଙ୍କର ଶ୍ୱଶୁର ଘର ବରଗଡ଼ ଜିଲ୍ଲା ବିଶିପଡ଼ା ରେ ଅଟେ l ତାଙ୍କର ସ୍ୱାମୀ କ୍ଷୀରୋଦ୍ର ପାଣ୍ଡେ ଲଖନପୁର କୋର୍ଟ ରେ କିରାଣୀ ଅଛନ୍ତି l ପ୍ରାୟ ଏକ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା l ଶିକ୍ଷୟତ୍ରୀ ଙ୍କ ଅକାଳ ବିୟୋଗରେ ପରମାଣପୁର, ଲୁଡୁଙ୍ଗ ଓ ବିଶିପଡ଼ା ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି lବିଜ୍ଞାନ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବଦାନ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ଥିବା ସ୍ନେହ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କର ଅକାଳ ବିୟୋଗରେ ବିଦ୍ୟାଳୟ ପରିବାର, ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି। ଏନେଇ ଶନିବାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁକେଶ ଖମାରୀ ଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି। ଶିକ୍ଷୟତ୍ରୀ ଙ୍କ ବିୟୋଗରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରାଧାକାନ୍ତ ଗଡତିଆ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀ ଓ ଶକୁନ୍ତଳା କିସାନ, କୋଲାବିରା ବିଇଓ ପ୍ରକାଶ ସାହୁ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନିରୋଜ ପଟେଲ ପ୍ରମୁଖ ଙ୍କ ସହ ବହୁ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଗଭୀର ଶୋକ ପ୍ରକାଶ କରିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ