ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ସୁରକ୍ଷା ସହଯୋଗ ବୃଦ୍ଧି କରିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରୀ ବୁଲଗେରିଆର ବୈଦେଶିକ ମନ୍ତ୍ରୀଙ୍କ ସହ କଲେ ଆଲୋଚନା
ନୂଆଦିଲ୍ଲୀ, ୨୧ ନଭେମ୍ବର(ହି.ସ.) – ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଶନିବାର ଦିନ ବୁଲଗେରିଆର ବୈଦେଶିକ ମନ୍ତ୍ରୀ ଭେଲିସ୍ଲାଭା ପେଟ୍ରୋଭା-ଚମୋଭାଙ୍କ ସହ ଏକ ବୈଠକରେ ବାଣିଜ୍ୟ, ସଂଯୋଗ, ନିବେଶ, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ପ୍ରତିଭା ଆନ୍ଦୋଳନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ସ
ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ଏବଂ ସୁରକ୍ଷା ସହଯୋଗ ବୃଦ୍ଧି କରିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରୀ ବୁଲଗେରିଆର ବୈଦେଶିକ ମନ୍ତ୍ରୀଙ୍କ ସହ କଲେ ଆଲୋଚନା


ନୂଆଦିଲ୍ଲୀ, ୨୧ ନଭେମ୍ବର(ହି.ସ.) – ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଶନିବାର ଦିନ ବୁଲଗେରିଆର ବୈଦେଶିକ ମନ୍ତ୍ରୀ ଭେଲିସ୍ଲାଭା ପେଟ୍ରୋଭା-ଚମୋଭାଙ୍କ ସହ ଏକ ବୈଠକରେ ବାଣିଜ୍ୟ, ସଂଯୋଗ, ନିବେଶ, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ପ୍ରତିଭା ଆନ୍ଦୋଳନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗର ସମୀକ୍ଷା କରିଥିଲେ। ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା(ଏଫ୍.ଟି.ଏ.) ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର(ଆଇ.ଏମ୍.ଇ.ସି.) ସମେତ ଅନ୍ୟାନ୍ୟ ସଂଯୋଗ ପ୍ରକଳ୍ପ ପରେ ଦୁଇ ଦେଶର ବ୍ୟବସାୟ ମଧ୍ୟରେ ସକ୍ରିୟ ସମ୍ପର୍କ ବୃଦ୍ଧି ସମ୍ଭାବନା ଉପରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ଯେ ଏହି ବୈଠକରେ କଳା ସାଗର ଅଂଚଳର ପରିସ୍ଥିତି ଏବଂ ୟୁକ୍ରେନ ବିବାଦ ଉପରେ ମଧ୍ୟ ମତ ବିନିମୟ ହୋଇଥିଲା। ଭାରତ-ୟୁରୋପୀୟ ସଂଘ ଏଫ୍.ଟି.ଏ. ପରେ ସକ୍ରିୟ ବ୍ୟବସାୟିକ ସମ୍ପର୍କ ଜରିଆରେ ଆର୍ôଥକ ସହଯୋଗକୁ ଆଗକୁ ନେବାକୁ ଉଭୟ ପକ୍ଷ ରାଜି ହୋଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ, ବୈଠକର ବିବରଣୀ ବାଂଟିବା ସମୟରେ, ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଜନ-ଜନ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ପ୍ରଶଂସା କରିଥିଲେ। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଗଭୀର ହେଉଥିବା ସମ୍ପର୍କ ଉପରେ ମଧ୍ୟ ସେମାନେ ଆଲୋଚନା କରିଥିଲେ।

ଏହାପୂର୍ବରୁ ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ବୁଲଗେରିଆର ବୈଦେଶିକ ମନ୍ତ୍ରୀ ଏବଂ ତାଙ୍କ ପ୍ରତିନିଧି ଦଳକୁ ଭେଟିଥିଲେ। ରାଷ୍ଟ୍ରପତି ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ୧୭ ବର୍ଷର ବ୍ୟବଧାନ ପରେ ବୁଲଗେରିଆର ଜଣେ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ଦୁଇ ଦେଶ ମଧ୍ୟରେ ଭାଗିଦାରୀକୁ ନୂତନ ଗତି ପ୍ରଦାନ କରିବ। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା, ଶିକ୍ଷା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମହାକାଶ, ଗତିଶୀଳତା, ସାଂସ୍କୃତିକ ସମ୍ପର୍କ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଥିବାରୁ ରାଷ୍ଟ୍ରପତି ମୁର୍ମୁ ଖୁସି ବ୍ୟକ୍ତ କରିଥିଲେ।

ବୁଲଗେରିଆର ବୈଦେଶିକ ମନ୍ତ୍ରୀ ନଭେମ୍ବର ୨୦ରୁ ୨୨ ପର୍ଯ୍ୟନ୍ତ ତିନି ଦିନିଆ ସରକାରୀ ଗସ୍ତରେ ଭାରତ ଆସିଛନ୍ତି। ୧୭ ବର୍ଷ ମଧ୍ୟରେ ବୁଲଗେରିଆର ବୈଦେଶିକ ମନ୍ତ୍ରୀଙ୍କ ଏହା ପ୍ରଥମ ଭାରତ ଗସ୍ତ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande