
ଘନ କୁହୁଡ଼ି ଓ ଖରାପ ପାଗ ଯୋଗୁଁ ବିମାନ ସେବା ପ୍ରଭାବିତ, ଦିଲ୍ଲୀର ୪ ଓ କୋଲକାତାର ୨ଟି ବିମାନ ବାତିଲ
ରାଂଚି, ୨୧ ନଭେମ୍ବର (ହି.ସ.)- ଅକୱାନ୍ ବାତ୍ୟାର ପ୍ରଭାବରେ ଝାଡ଼ଖଣ୍ଡରେ ପାଗ ଖରାପ ହେବାରେ ଲାଗିଛି। ଧୂମାଳ ପାଗ ଓ ଘନ କୁହୁଡ଼ି ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହେବା ସହ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଖରାପ ପାଗ କାରଣରୁ ଶନିବାର ରାଂଚିର ବିର୍ସା ମୁଣ୍ଡା ବିମାନବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ଏବଂ ସେଠାରେ ପହଂଚିବାକୁ ଥିବା ମୋଟ ୧୪ଟି ବିମାନ ବାତିଲ କରାଯାଇଛି। ଫଳରେ ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ରାଂଚି ବିମାନବନ୍ଦର ପରିଚାଳନା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଖରାପ ପାଗ ଯୋଗୁଁ ବିମାନ ଚଳାଚଳ ବାତିଲ କରିବାକୁ ନିଷ୍ପତି ନିଆଯାଇଛି। ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ରାଂଚିରୁ ଦିଲ୍ଲୀ ଯାଉଥିବା ୪ଟି, କୋଲକାତା ଯାଉଥିବା ୨ଟି ଏବଂ ହାଇଦ୍ରାବାଦ, ପାଟନା, ମୁମ୍ବାଇ, ଭୁବନେଶ୍ୱର, ଚେନ୍ନାଇ, ଅହମ୍ମଦାବାଦ, ପୁଣେ ଓ ବେଙ୍ଗାଲୁରୁ ଯାଉଥିବା ଗୋଟିଏ ଲେଖାଏଁ ବିମାନ ସାମିଲ ରହିଛି।
ବାତିଲ ହୋଇଥିବା ବିମାନଗୁଡ଼ିକ ମଧ୍ୟରେ ଦିଲ୍ଲୀର ୨୦୩୮, ୨୨୧୯, ୨୨୮୬ ଓ ୬୨୭୪ ନମ୍ବର ବିମାନ, ହାଇଦ୍ରାବାଦର ୩୯୮, ପାଟନାର ୯୨୫, ମୁମ୍ବାଇର ୬୦୮୮, ଭୁବନେଶ୍ୱରର ୭୭୨୬, ଚେନ୍ନାଇର ୨୦୯, ଅହମ୍ମଦାବାଦର ୬୬୫୪, କୋଲକାତାର ୭୪୬୬ ଓ ୭୪୬୮, ପୁଣେର ୭୬୧ ଏବଂ ବେଙ୍ଗାଲୁରୁର ୬୭୯୯ ନମ୍ବର ବିମାନ ରହିଛି।
ଖରାପ ପାଗ ଯୋଗୁଁ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ର ୬ ଯୋଡ଼ା ବିମାନ ମଧ୍ୟ ବାତିଲ କରାଯାଇଛି। ଏଥିରେ ବେଙ୍ଗାଲୁରୁ-ରାଂଚିି-ବେଙ୍ଗାଲୁରୁ ମାର୍ଗର ଆଇଏକ୍ସ-୨୪୬୪/୨୪୬୫, ଆଇଏକ୍ସ-୨୦୫୩/୨୧୭୬ ଏବଂ ଆଇଏକ୍ସ-୧୦୧୬/୧୫୩୦, ଦିଲ୍ଲୀ-ରାଂଚିି-ଦିଲ୍ଲୀ ମାର୍ଗର ଆଇଏକ୍ସ-୨୭୬୪/୧୦୯୭ ଏବଂ ଆଇଏକ୍ସ-୧୦୬୮/୧୦୬୯ ତଥା ମୁମ୍ବାଇ-ରାଂଚି-ମୁମ୍ବାଇ ମାର୍ଗର ଆଇଏକ୍ସ-୧୨୩୭/୧୨୩୮ ନମ୍ବର ବିମାନ ସାମିଲ ରହିଛି।
ବିମାନ ବାତିଲ ହେବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନେକ ଯାତ୍ରୀଙ୍କୁ ନିଜର ଯାତ୍ରା ଯୋଜନା ବଦଳାଇବାକୁ ପଡ଼ିଥିବା ବେଳେ ବିମାନ ସମ୍ପର୍କିତ ସୂଚନା ପାଇଁ ବିମାନବନ୍ଦରରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା।
-----------
ହିନ୍ଦୁସ୍ଥାନ ସମାଚାର / ଗଗନ