ଜମ୍ମୁର ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ନାଗରିକଙ୍କୁ ଧରିଲା ବିଏସ୍ଏଫ୍
ଜମ୍ମୁ, ୨୧ ନଭେମ୍ବର (ହି.ସ.): ଜମ୍ମୁ ଜିଲ୍ଲାରେ ଅନ୍ତର୍ଜାତୀୟ ସୀମା ନିକଟରେ ଶନିବାର ସକାଳେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନମାନେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖିଛନ୍ତି। ସୀମା ଚୌକି ନିକଟରେ ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ଯବାନମାନେ ତାଙ୍କୁ ହେପାଜତକୁ ନେଇଥିଲେ। ବର୍ତ୍ତମାନ ତାଙ୍
सांकेतिक


ଜମ୍ମୁ, ୨୧ ନଭେମ୍ବର (ହି.ସ.): ଜମ୍ମୁ ଜିଲ୍ଲାରେ ଅନ୍ତର୍ଜାତୀୟ ସୀମା ନିକଟରେ ଶନିବାର ସକାଳେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଯବାନମାନେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖିଛନ୍ତି। ସୀମା ଚୌକି ନିକଟରେ ସନ୍ଦିଗ୍ଧ ଗତିବିଧି ଦେଖିବା ପରେ ଯବାନମାନେ ତାଙ୍କୁ ହେପାଜତକୁ ନେଇଥିଲେ। ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି। ଭାରତୀୟ ସୀମାରେ ପ୍ରବେଶ କରିବା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ତାହା ଜାଣିବାକୁ ଉଦ୍ୟମ ଚାଲିଛି।

ସୂତ୍ର ଅନୁଯାୟୀ, ଶନିବାର ସକାଳେ ଜମ୍ମୁ ଜିଲ୍ଲାର ଅନ୍ତର୍ଜାତୀୟ ସୀମାରେ ମୁତୟନ ଥିବା ବିଏସ୍ଏଫ୍ ଯବାନମାନେ ସୀମା ଚୌକି ନିକଟରେ ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ। ତାଙ୍କର ଗତିବିଧି ସନ୍ଦେହଜନକ ଲାଗିବାରୁ ଯବାନମାନେ ତାଙ୍କୁ ଧରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଅଟକ ଥିବା ବ୍ୟକ୍ତି ଜଣକ ପାକିସ୍ତାନୀ ନାଗରିକ।

ଅଟକ ରଖାଯାଇଥିବା ପାକିସ୍ତାନୀ ନାଗରିକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣାର ତଦନ୍ତରେ ଲାଗିଛନ୍ତି। ପଚରାଉଚରା ଶେଷ ହେବା ପରେ ଏହି ଘଟଣା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande