
କେନ୍ଦ୍ରାପଡ଼ା, ୨୧ ନଭେମ୍ବର(ହି.ସ.) – ପବିତ୍ର ତୁଳସୀ କ୍ଷେତ୍ରର ଶ୍ରୀ ବଳଦେବଜୀଉଙ୍କ ଇଚ୍ଛାପୁର ଅଂଚଳର ପ୍ରସିଦ୍ଧ କାର୍ତିକେଶ୍ୱର ପୂଜା ପଂଚୁକ ଦଶମୀ ତିଥି ଠାରୁ ଶୁଭାରମ୍ଭ ହୋଇଯାଇଛି। ଏହି ପୂଜା ନବ ଦିନ ବ୍ୟାପୀ ଅନୁଷ୍ଠିତ ହେବା ସହ ଶେଷରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଅଂଚଳରେ ଦୀର୍ଘ ବର୍ଷ ହେଲାପ୍ରାୟ ୨୦ଟି କାର୍ତିକେଶ୍ୱରଙ୍କ ପ୍ରତିମୂର୍ତି ନିର୍ମାଣ କରାଯାଇ ବିଭିନ୍ନ ମଣ୍ଡପରେ ପ୍ରତିବର୍ଷ ପୂଜା ପାଇ ଅସୁଛନ୍ତି। ବିଭିନ୍ନ ମଣ୍ଡପରେ ଉତମ ସାଜସଜ୍ଜା, ଉଜ୍ଜ୍ୱଳ ଆଲୋକ, ସୁଦୃଶ୍ୟ ତୋରଣ ସହିତ ବିଭିନ୍ନ ଦିନମାନଙ୍କରେ ଭକ୍ତି ସଙ୍ଗୀତ ପରିବେଷଣ ସହ ମନୋରଂଜନ କାର୍ଯ୍ୟକ୍ରମ, ମେଲୋଡି, ନୃତ୍ୟ ସଙ୍ଗୀତ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଥାନାପତି ପୂଜା କମିଟି, ଜୟ ଦୁର୍ଗ, ବଟ ବାବା, ଚକ୍ର ବାସୁଲାଇ, ବାରଙ୍ଗାଇ ପୂଜା କମିଟି, ସାରଙ୍ଗ, ଆରଡି ଛକ ସମେତ ୨୦ଟିରୁ ଅଧିକ ମଣ୍ଡପରେ ଦେବ ସେନାପତି କାର୍ତିକେୟଙ୍କ ଆବାହନ କରାଯାଇଛି। ଆସନ୍ତା ୨୯/ ୩୦ ଦୁଇ ଦିନ ଧରି ମେଢ଼ମାନଙ୍କର ପରିକ୍ରମା ଓ ଭସାଣି କାର୍ଯ୍ୟକ୍ରମ କରାଯିବ ବୋଲି ସମସ୍ତ କମିଟି ତରଫରୁ ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି