

ଉଜ୍ଜୟିନୀ, ୨୧ ନଭେମ୍ବର (ହି.ସ.): ମଧ୍ୟପ୍ରଦେଶର ଧର୍ମନଗରୀ ଉଜ୍ଜୟିନୀରେ ଶନିବାରଠାରୁ ମହାକବି କାଳିଦାସଙ୍କ ସାହିତ୍ୟିକ ଓ ସାଂସ୍କୃତିକ ଐତିହ୍ୟକୁ ସମର୍ପିତ ସାତଦିନିଆ ୬୮ତମ ଅଖିଳ ଭାରତୀୟ କାଳିଦାସ ସମାରୋହ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ରୀୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ମୁଖ୍ୟମନ୍ତ୍ରୀ ଡ. ମୋହନ ଯାଦବଙ୍କ ଉପସ୍ଥିତିରେ ସନ୍ଧ୍ୟା ୬ଟାରେ କାଳିଦାସ ସଂସ୍କୃତ ଏକାଡେମୀସ୍ଥିତ ପଣ୍ଡିତ ସୂର୍ଯ୍ୟନାରାୟଣ ବ୍ୟାସ ସଂକୁଳ ହଲ୍ରେ ଏହି ସମାରୋହର ଶୁଭାରମ୍ଭ ହେବ।
ଏହି ସମାରୋହରେ ପ୍ରତିଷ୍ଠିତ ଜାତୀୟ କାଳିଦାସ ସମ୍ମାନ ‘ରଙ୍ଗକର୍ମ’ (୨୦୨୬)ରେ ବିଶିଷ୍ଟ ରଙ୍ଗକର୍ମୀ ବାଣୀ ତ୍ରିପାଠୀ ଟିକ୍କୁଙ୍କୁ ସମ୍ମାନିତ କରାଯିବ। ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ କାଳିଦାସ ସଂସ୍କୃତ ଏକାଡେମୀ ପରିସରରେ ଏହି ସମାରୋହ ଆୟୋଜିତ ହେବ। ଏହି ଅବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟିକ, ସଂସ୍କୃତ ବିଦ୍ୱାନ, ରଙ୍ଗକର୍ମୀ ଏବଂ କଳାକାରମାନେ ନିଜର କଳା ପରିବେଷଣ ମାଧ୍ୟମରେ ଏହି ଆୟୋଜନକୁ ସ୍ୱତନ୍ତ୍ର କରିବେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା