ନେପାଳ ପ୍ରତିନିଧିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ - ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଧାନ ସଂଗ୍ରହ ସମ୍ପର୍କରେ ପଚାରି ବୁଝିଲେ
ଭୁବନେଶ୍ୱର, 21 ନଭେମ୍ବର (ହି.ସ) ନେପାଳ ପ୍ରତିନିଧି ମାନଙ୍କ ଏକ ୧୫ ଜଣିଆ ଦଳ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟର ସାଧାରଣ ବଣ୍ଟନ ଓ ସରକାରୀ ସ୍ତରରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ସମ୍ପର୍କରେ ସବିଶେଷ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଛନ୍ତି । ବିଶ୍ୱ ଖାଦ୍ୟ
ନେପାଳ     ପ୍ରତିନିଧିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ - ସାଧାରଣ ବଣ୍ଟନ     ବ୍ୟବସ୍ଥା ଓ ଧାନ ସଂଗ୍ରହ ସମ୍ପର୍କରେ ପଚାରି ବୁଝିଲେ


ଭୁବନେଶ୍ୱର, 21 ନଭେମ୍ବର (ହି.ସ) ନେପାଳ ପ୍ରତିନିଧି ମାନଙ୍କ ଏକ ୧୫ ଜଣିଆ ଦଳ

ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟର ସାଧାରଣ ବଣ୍ଟନ ଓ ସରକାରୀ ସ୍ତରରେ ଚାଷୀ ମାନଙ୍କ ଠାରୁ

ଧାନ ସଂଗ୍ରହ ସମ୍ପର୍କରେ ସବିଶେଷ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଛନ୍ତି । ବିଶ୍ୱ ଖାଦ୍ୟ

କାର୍ଯ୍ୟକ୍ରମ ଅଧୀନରେ ନେପାଳର ଖାଦ୍ୟ ପ୍ରଯୁକ୍ତି ବିଦ୍ୟା ଓ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ

ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ କର୍ଣ୍ଣଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଓଡିଶା ଗସ୍ତ କରିଛନ୍ତି ।

ଗତକାଲି ସେମାନେ ପ୍ରଥମେ ଖୋରଧା ଜିଲ୍ଲାର ଟାଙ୍ଗୀ

ବ୍ଲକର ଏକ ଚାଉଳ ଗୋଦାମ ବୁଲି ଦେଖିବା ସହ ଏହାର ପରିଚାଳନା ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ

। ପରେ ମଙ୍ଗଳାଯୋଡ଼ିର ଏକ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ସେଠାରେ ଥିବା ବିପର୍ଯ୍ୟୟ ମୁକାବିଲା

ପ୍ରସ୍ତୁତି ଦେଖି ଖୁସି ବ୍ୟକ୍ତ କରିଥିଲେ । ସେହିଭଳି ଏହି ପ୍ରତିନିଧି ମଣ୍ଡଳୀ ଧଉଳି ପଞ୍ଚାୟତର

ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଶିଶୁପାଳଗଡ଼ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ପରିଦର୍ଶନ

କରିଥିଲେ । ସେଠାରେ ସେମାନେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା, ସଫ୍ଟୱେର ବ୍ୟବହାର, ଚାଷୀ ମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଦେୟ ପ୍ରଦାନ ବିଷୟରେ ଉପସ୍ଥିତ

ରାଜ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ସେମାନେ

ମଞ୍ଚେଶ୍ୱରସ୍ଥିତ ଚାଉଳ ଏଟିଏମ୍ ଯାଇ ଏହାର ପରିଚାଳନା ବିଷୟରେ ଜାଣି ଖୁସିବ୍ୟକ୍ତ କରିଛନ୍ତି ।

ସେମାନେ ରାଜ୍ୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ କ୍ଷେତ୍ର

ସ୍ତରୀୟ ଅଧିକାରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande