ନଭେମ୍ବର ୨୬ରେ ନବକୃଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ଚଳିତ ନଭେମ୍ବର ୨୬ ତାରିଖ ଗୁରୁବାର ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ପୂଣ୍ୟାତ୍ମା ନବକୃଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାଳତୀ ଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ ଓ ଜୟକିରଣ ଟ୍ରଷ୍ଟ ପକ୍ଷରୁ ଏ
ନଭେମ୍ବର ୨୬ରେ ନବକୃଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା


ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ଚଳିତ ନଭେମ୍ବର ୨୬ ତାରିଖ ଗୁରୁବାର ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷରେ ପୂଣ୍ୟାତ୍ମା ନବକୃଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମାଳତୀ ଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟ ଓ ଜୟକିରଣ ଟ୍ରଷ୍ଟ ପକ୍ଷରୁ ଏହି ସ୍ମାରକୀ ବକ୍ତୃତା ଅନୁଷ୍ଠିତ ହେଉଛି।

ଏଠାରେ ଉଲ୍ଲେଖନୀୟ ଯେ ପ୍ରାୟ ୨୫ବର୍ଷ ଧରି ରାଜଧାନୀରେ ନବକୃଷ୍ଣ ଚୌଧୁରୀ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି। ଏହି କାର୍ଯ୍ୟକ୍ରମରେ ଅତୀତରେ ରାଜ୍ୟ ଓ ଜାତୀୟ ସ୍ତରର ବହୁ ବିଦ୍ୱାନ ବକ୍ତୃତା ପ୍ରଦାନ କରିଛନ୍ତି। ଚଳିତବର୍ଷର ସ୍ମାରକୀ ବକ୍ତୃତାର ବିଷୟବସ୍ତୁ ‘ଉତ୍କଳର ସାଂସ୍କୃତିକ ବୈଭବ’ ରଖାଯାଇଛି। ଏଥିରେ ଆଗ୍ରହୀ ବ୍ୟକ୍ତି ବିଶେଷ ଯୋଗ ଦେବା ପାଇଁ ମାଳତୀ ଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟର ସଭାପତି ଡା. ତପନ କୁମାର ମହାନ୍ତି ଓ ଜୟକିରଣ ଟ୍ରଷ୍ଟର ସଭାନେତ୍ରୀ ଶ୍ରୀମତୀ ଶାଶ୍ୱତୀ ବଳ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande