ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୫୦ କୋଟି ଲୋକ ଦାରିଦ୍ରତ୍କ ସୀମାରୁ ବାହାରିଛନ୍ତି : ଚିରାଗ ପାସୱାନ
ବୈଶାଳୀ, ୨୧ ନଭେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ତଥା ହାଜିପୁର ସାଂସଦ ଚିରାଗ ପାସୱାନ କହିଛନ୍ତି ଯେ, ଗତ ୧୨-୧୩ ବର୍ଷ ମଧ୍ୟରେ ଦେଶର ପ୍ରାୟ ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରୁ ବାହାର କରିବାର କାର୍ଯ୍ୟ କରାଯାଇଛି। ଏହା ନିଜେ ଏକ ବଡ଼ ସଫଳତା, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସଂକ
ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୫୦ କୋଟି ଲୋକ ଦାରିଦ୍ରତ୍କ ସୀମାରୁ ବାହାରିଛନ୍ତି : ଚିରାଗ ପାସୱାନ


ବୈଶାଳୀ, ୨୧ ନଭେମ୍ବର (ହି.ସ.)- କେନ୍ଦ୍ରମନ୍ତ୍ରୀ ତଥା ହାଜିପୁର ସାଂସଦ ଚିରାଗ ପାସୱାନ କହିଛନ୍ତି ଯେ, ଗତ ୧୨-୧୩ ବର୍ଷ ମଧ୍ୟରେ ଦେଶର ପ୍ରାୟ ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରୁ ବାହାର କରିବାର କାର୍ଯ୍ୟ କରାଯାଇଛି। ଏହା ନିଜେ ଏକ ବଡ଼ ସଫଳତା, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସଂକଳ୍ପ ଓ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇପାରିଛି।

ଶନିବାର ବୈଶାଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ନୀତୀଶ ସେତୁର ଉଦ୍?ଘାଟନ ଅବସରରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ଚିରାଗ ପାସୱାନ କହିଥିଲେ ଯେ, ଏକ ସମୟରେ କେବଳ ବିହାର ନୁହେଁ, ସମଗ୍ର ଦେଶ ନକ୍ସଲବାଦର ପ୍ରଭାବରେ ଥିଲା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲବାଦକୁ ସମାପ୍ତ କରିବା ଦିଗରେ ନିର୍ଣ୍ଣାୟକ ପଦକ୍ଷେପ ନିଆଯାଇଛି। ଏଥିସହ ନକ୍ସଲବାଦ ପ୍ରଭାବିତ ଯୁବକମାନଙ୍କୁ ସମାଜର ମୁଖ୍ୟଧାରାରେ ଯୋଡ଼ିବାର ମାର୍ଗ ମଧ୍ୟ ପ୍ରଶସ୍ତ ହୋଇଛି।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଦେଶକୁ ନିଶାମୁକ୍ତ କରିବା ପ୍ରଧାନମନ୍ତ୍ରୀଙ୍କ ପରବର୍ତୀ ସଂକଳ୍ପ। ଏହି ସଂକଳ୍ପ ପୂରଣ କରିବାରେ ବିହାରର ପ୍ରତ୍ୟେକ ନାଗରିକ ଦୃଢ଼ତାର ସହ ପ୍ରଧାନମନ୍ତ୍ରୀଙ୍କ ସହ ଠିଆ ହୋଇଛନ୍ତି ବୋଲି ସେ ବିହାରବାସୀଙ୍କ ପକ୍ଷରୁ ଭରସା ଦେଇଥିଲେ।

ଚିରାଗ ପାସୱାନ ବିହାର ଆଗମନ ଏବଂ ରାଜ୍ୟବାସୀଙ୍କୁ ସମ୍ମାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଅଂଚଳ ଓ ପ୍ରତ୍ୟେକ ବର୍ଗର ଲୋକଙ୍କ ଚିନ୍ତା କରନ୍ତି। ଏଥିପାଇଁ ସେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande