ରବିବାର ଚଣ୍ଡିଗଡ଼ ଗସ୍ତରେ ଯିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ
ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ରବିବାର ଦିନିକିଆ ଚଣ୍ଡିଗଡ଼ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗଦେବା ସହ କାର୍ଯ୍ୟକର୍ତ୍ତା ଏବଂ ପ୍ରଦେଶ ସଂଗଠନର ପଦାଧିକାରୀଙ୍କ ସହ ଆଲ
भाजपा अध्यक्ष नितिन नवीन


ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ

ରବିବାର ଦିନିକିଆ ଚଣ୍ଡିଗଡ଼ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ ଦଳର ବିଭିନ୍ନ ସାଂଗଠନିକ

କାର୍ଯ୍ୟକ୍ରମରେ ଯୋଗଦେବା ସହ କାର୍ଯ୍ୟକର୍ତ୍ତା ଏବଂ ପ୍ରଦେଶ ସଂଗଠନର ପଦାଧିକାରୀଙ୍କ ସହ

ଆଲୋଚନା କରିବେ।

ବିଜେପି ପକ୍ଷରୁ

ମିଳିଥିବା ସୂଚନା ଅନୁଯାୟୀ,

ରବିବାର ଅପରାହ୍ଣ ୩ଟା ୩୦

ମିନିଟ୍ରେ ନୀତିନ ନବୀନ ଚଣ୍ଡିଗଡ଼ର ସେକ୍ଟର-୨୭ସ୍ଥିତ ରାମଲୀଳା ପଡ଼ିଆରେ ଆୟୋଜିତ 'ବୁଥ୍ କାର୍ଯ୍ୟକର୍ତ୍ତା ସମ୍ମିଳନୀ'କୁ ସମ୍ବୋଧିତ କରିବେ। ଏହି ଅବସରରେ ସେ ବୁଥ୍ ସ୍ତରୀୟ

କାର୍ଯ୍ୟକର୍ତ୍ତାଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସାଂଗଠନିକ କାର୍ଯ୍ୟକଳାପ ଏବଂ ଦଳର

ବିସ୍ତାର ସମ୍ପର୍କରେ ମାର୍ଗଦର୍ଶନ ଦେବେ।

ବୁଥ୍

କାର୍ଯ୍ୟକର୍ତ୍ତା ସମ୍ମିଳନୀ ପରେ ସେ ସେକ୍ଟର-୩୩ସ୍ଥିତ ବିଜେପିର ପ୍ରଦେଶ କାର୍ଯ୍ୟାଳୟ 'କମଳମ୍'ରେ ପହଞ୍ଚିବେ। ସେଠାରେ ଦଳର କୋର୍ କମିଟି ସଦସ୍ୟ, ପ୍ରଦେଶ ପଦାଧିକାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ପ୍ରଦେଶ ଅଧ୍ୟକ୍ଷଙ୍କ

ସହ ବୈଠକ କରିବେ।

ଏହାପରେ ସେ

ପ୍ରଦେଶ କାର୍ଯ୍ୟାଳୟରେ ଆୟୋଜିତ 'ପ୍ରବାସୀ କାର୍ଯ୍ୟକର୍ତ୍ତା ବୈଠକ'ରେ ଯୋଗଦେବେ। ଏହି ବୈଠକରେ କାର୍ଯ୍ୟକର୍ତ୍ତାଙ୍କ ସହ ମତ ବିନିମୟ କରିବା ସହ ଜନସମ୍ପର୍କକୁ

ଅଧିକ ସୁଦୃଢ଼ କରିବା ଏବଂ ସାଂଗଠନିକ ବିସ୍ତାର ଦିଗରେ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande