ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧ ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୧୩ ସ୍ଥାନରେ ଭୀଷଣ ବର୍ଷା : ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୪୩.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ଵର, ୨୧ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୩ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୪୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୧୦୮.୬ ମି.ମି., ଗଞ୍ଜା
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୧ ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୧୩ ସ୍ଥାନରେ ଭୀଷଣ ବର୍ଷା : ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୪୩.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ଵର, ୨୧ ନଭେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତି ଭୀଷଣ ବର୍ଷା ହୋଇଥିବା ବେଳେ ୧୩ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ବାଲେଶ୍ଵର ଜିଲ୍ଲାର ଭୋଗରାଇରେ ସର୍ବାଧିକ ୧୪୩.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ୧୦୮.୬ ମି.ମି., ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ୧୦୨.୦ ମି.ମି., ଜଗନ୍ନାଥ ପ୍ରସାଦରେ ୮୪.୬ ମି.ମି., ବାଲେଶ୍ୱର ଜିଲ୍ଲାର ଜଲେଶ୍ୱରରେ ୭୬.୦ ମି.ମି., ଯାଜପୁର ଜିଲ୍ଲାର ବରୀରେ ୭୫.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ୭୨.୦ ମି.ମି., କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲିରେ ୭୧.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା(ପିଟିଓ)ରେ ୭୧.୦ ମି.ମି., ରାଜନଗରରେ ୭୦.୦ ମି.ମି., ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ୬୯.୦ ମି.ମି., କଟକ ଜିଲ୍ଲାର ସାଲେପୁରରେ ୬୯.୦ ମି.ମି., ଜଗତସିଂହପୁର ଜିଲ୍ଲାର ପାରାଦୀପରେ ୬୭.୧ ମି.ମି. ଏବଂ କଟକ ଜିଲ୍ଲାର ବାଙ୍କୀରେ ୬୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande