କେନ୍ଦୁଝର ଜିଲ୍ଲାରେ ନଭେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ତୀବ୍ର ପଲ୍ସ ପୋଲିଓ ଟୀକାକରଣ ଅଭିଯାନ
କେନ୍ଦୁଝର, ୨୧ ନଭେମ୍ବର (ହି.ସ.) - ଶିଶୁମାନଙ୍କୁ ପୋଲିଓ ରୋଗରୁ ସୁରକ୍ଷା ପ୍ରଦାନ କରିବା ସହ ଜିଲ୍ଲାରେ ଶତପ୍ରତିଶତ ପୋଲିଓ ଟୀକାକରଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାରେ ଆସନ୍ତା ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ତୀବ୍ର ପଲ୍ସ ପୋଲିଓ ଟୀକାକରଣ ଅଭିଯାନ ଅନୁଷ୍ଠିତ ହେ
କେନ୍ଦୁଝର ଜିଲ୍ଲାରେ ନଭେମ୍ବର ୨୨ରୁ ୨୪ ପର୍ଯ୍ୟନ୍ତ ତୀବ୍ର ପଲ୍ସ ପୋଲିଓ ଟୀକାକରଣ ଅଭିଯାନ


କେନ୍ଦୁଝର, ୨୧ ନଭେମ୍ବର (ହି.ସ.) - ଶିଶୁମାନଙ୍କୁ ପୋଲିଓ ରୋଗରୁ ସୁରକ୍ଷା ପ୍ରଦାନ କରିବା ସହ ଜିଲ୍ଲାରେ ଶତପ୍ରତିଶତ ପୋଲିଓ ଟୀକାକରଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାରେ ଆସନ୍ତା ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ତୀବ୍ର ପଲ୍ସ ପୋଲିଓ ଟୀକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏହି ଅଭିଯାନରେ ଜିଲ୍ଲାର ୫ ବର୍ଷରୁ କମ୍ ବୟସର ମୋଟ ୧,୭୬,୬୫୯ ଜଣ ଶିଶୁଙ୍କୁ ଦୁଇ ବୁନ୍ଦା ମୁଖ୍ୟ ପୋଲିଓ ଟୀକା (ଙଚଠ) ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଅଭିଯାନର ପ୍ରଥମ ଦିନ, ନଭେମ୍ବର ୨୨ ତାରିଖରେ ଜିଲ୍ଲାର ୮୬୦ଟି ଟୀକାକରଣ ବୁଥ୍ରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯିବ। ଏହାପରେ ନଭେମ୍ବର ୨୩ ଓ ୨୪ ତାରିଖରେ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ପ୍ରଥମ ଦିନ ଟୀକାକରଣରୁ ବଂଚିତ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବେ।

ଏହି ବୃହତ୍ ଅଭିଯାନର ସୁପରିଚାଳନା ପାଇଁ ଜିଲ୍ଲାରେ ମୋଟ ୧,୭୨୦ଟି ଟୀକାକରଣ ଦଳ ନିୟୋଜିତ ହୋଇଛନ୍ତି। ଏଥିସହ ୪୧ଟି ଟ୍ରାଞ୍ଜିଟ୍ ଟିମ୍ରେ ୮୨ ଜଣ ସଦସ୍ୟ ଏବଂ ୨୪ଟି ମୋବାଇଲ୍ ଟିମ୍ରେ ୪୮ ଜଣ ସଦସ୍ୟ ନିୟୋଜିତ ହେବେ। ଟୀକାକରଣ କାର୍ଯ୍ୟର ତଦାରଖ ପାଇଁ ୧୬୮ ଜଣ ସୁପରଭାଇଜର ନିୟୋଜିତ ହେବା ସହ ଟ୍ରାଞ୍ଜିଟ୍ ଓ ମୋବାଇଲ୍ ଟିମଗୁଡ଼ିକର ତଦାରଖ ପାଇଁ ଅତିରିକ୍ତ ୯ ଜଣ ସୁପରଭାଇଜର ରହିବେ। ସମଗ୍ର ଅଭିଯାନରେ ୩,୪୪୦ ଜଣ ଟୀକାକରଣ କର୍ମୀ ନିୟୋଜିତ ହେବା ସହ ଟୀକାର ସୁରକ୍ଷିତ ସଂରକ୍ଷଣ ଓ ଯୋଗାଣ ପାଇଁ ୬୭ଟି କୋଲ୍ଡ ଚେନ୍ ପଏଂଟର ବ୍ୟବସ୍ଥା କରାଯାଇଛି। ଏଥିସହ ଜିଲ୍ଲାର ୯୦ଟି ଉଚ୍ଚ ବିପଦପୂର୍ଣ୍ଣ ଅଂଚଳ ଉପରେ ସ୍ୱତନ୍ତ୍ର ନଜର ରଖାଯିବ।

ଜିଲ୍ଲାର ବିଭିନ୍ନ ବ୍ଲକ୍ରେ ଥିବା ବାଂଶପାଳ, ବାସୁଦେବପୁର, ଭଣ୍ଡା, ଫକୀରପୁର, ଘଟଗାଁ, ହରିଚନ୍ଦନପୁର, ଝୁମ୍ପୁରା, ପଦ୍ମପୁର, ପାଟଣା, ସାଇଁକୁଳ, ସାଲଣିଆ, ତେଲକୋଇ ଓ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଏହି ଟୀକାକରଣ କାର୍ଯ୍ୟ ପରିଚାଳିତ ହେବ। ସେହିପରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କେନ୍ଦୁଝର ସହରାଂଚଳରେ ମଧ୍ୟ ଟୀକାକରଣ ବ୍ୟବସ୍ଥା ରହିଛି। ଚମ୍ପୁଆ ଓ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ସହ ଆନନ୍ଦପୁର ସହରାଂଚଳରେ ମଧ୍ୟ ଏହି ଅଭିଯାନ ଚାଲିବ। ଏଥିସହ ଯୋଡ଼ା ଓ ବଡ଼ବିଲ ସହରାଂଚଳର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମଧ୍ୟ ପୋଲିଓ ଟୀକାକରଣ କରାଯିବ।

ଜିଲ୍ଲାର ସମସ୍ତ ଅଭିଭାବକ ନିଜର ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ନଭେମ୍ବର ୨୨ ତାରିଖରେ ନିକଟସ୍ଥ ପୋଲିଓ ବୁଥକୁ ନେଇ ଦୁଇ ବୁନ୍ଦା ପୋଲିଓ ଟୀକା ନିଶ୍ଚିତ ଭାବେ ଦିଅନ୍ତୁ। ପୂର୍ବରୁ ପୋଲିଓ ଟୀକା ନେଇଥିବା ଶିଶୁମାନଙ୍କୁ ମଧ୍ୟ ଏହି ଅଭିଯାନରେ ପୋଲିଓ ବୁନ୍ଦା ଦେବା ଆବଶ୍ୟକ। ଯେଉଁ ଅଭିଭାବକମାନେ ପ୍ରଥମ ଦିନ ବୁଥକୁ ଯାଇ ଶିଶୁଙ୍କୁ ଟୀକା ଦେଇପାରିବେ ନାହିଁ, ସେମାନେ ଘରକୁ ଆସୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସହଯୋଗ ନିଅନ୍ତୁ।

କୌଣସି ଶିଶୁ ଯେପରି ପୋଲିଓ ଟୀକାକରଣରୁ ବଂଚିତ ନ ହୁଏ, ସେଥିପାଇଁ ସମସ୍ତ ଜନସାଧାରଣ ସଚେତନ ରହିବା ସହ ଏହି ଅଭିଯାନରେ ସକ୍ରିୟ ସହଯୋଗ କରିବାକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ, କେନ୍ଦୁଝରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande