ତାଜମହଲ ଦର୍ଶନ ପାଇଁ ପାକିସ୍ତାନୀ ମନ୍ତ୍ରୀଙ୍କ ଅନୁରୋଧକୁ ଖାରଜ କରିନାହାନ୍ତି ସରକାର, ନିଜାମୁଦ୍ଦିନ ଦରଘା ଯିବାକୁ ମିଳିବନି ଅନୁମତି
ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)- ସଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକରେ ଯୋଗଦେବା ପାଇଁ ଭାରତ ଆସିଥିବା ପାକିସ୍ତାନର ଜଳବାୟୁ ପରିବର୍ତନ ମନ୍ତ୍ରୀ ମୁସାଦିକ ମଲିକଙ୍କ ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନ କରିବା ଅନୁରୋଧକୁ ଭାରତ ସରକାର ଖାରଜ କରିନାହାନ୍ତି। ତେବେ ସୁରକ୍ଷା କାରଣରୁ ତାଙ୍କୁ ଦିଲ୍ଲୀର
पाकिस्तान के जलवायु परिवर्तन मंत्री मुसादिक मलिक (फाइल फोटो)।


ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)- ସଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ବୈଠକରେ ଯୋଗଦେବା ପାଇଁ ଭାରତ ଆସିଥିବା ପାକିସ୍ତାନର ଜଳବାୟୁ ପରିବର୍ତନ ମନ୍ତ୍ରୀ ମୁସାଦିକ ମଲିକଙ୍କ ଆଗ୍ରାସ୍ଥିତ ତାଜମହଲ ପରିଦର୍ଶନ କରିବା ଅନୁରୋଧକୁ ଭାରତ ସରକାର ଖାରଜ କରିନାହାନ୍ତି। ତେବେ ସୁରକ୍ଷା କାରଣରୁ ତାଙ୍କୁ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ଦରଘା ଯିବାକୁ ଅନୁମତି ଦିଆଯାଇନାହିଁ।

ସରକାରୀ ସୂତ୍ରରୁ ଶନିବାର ଏଠାରେ ଏହି ସୂଚନା ମିଳିଛି। ଭାରତୀୟ ପକ୍ଷ ପାକିସ୍ତାନୀ ମନ୍ତ୍ରୀଙ୍କୁ ତାଜମହଲ ଦର୍ଶନ ପାଇଁ ଅନୁମତି ଦେବାକୁ ମନା କରିଦେଇଥିବା ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରି ସୂତ୍ରଗୁଡ଼ିକ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ସୂତ୍ର ଅନୁସାରେ, ‘‘ତାଜମହଲ ପରିଦର୍ଶନ ପାଇଁ ଅନୁମତିକୁ ନାମଞ୍ଜୁର କରାଯାଇନାହିଁ।

ଦିଲ୍ଲୀରେ ପାକିସ୍ତାନୀ ପ୍ରତିନିଧିମଣ୍ଡଳୀର କାର୍ଯ୍ୟକ୍ରମ ସମ୍ପର୍କରେ ସରକାରୀ ସୂତ୍ର କହିଛନ୍ତି ଯେ, ପ୍ରତିନିଧିମଣ୍ଡଳୀ ରାଜଧାନୀର ସେହି ପ୍ରମୁଖ ସ୍ଥାନଗୁଡ଼ିକ ପରିଦର୍ଶନ କରିବେ, ଯେଉଁଗୁଡ଼ିକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଅନୁମୋଦନ ମିଳିଛି। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଐତିହାସିକ ହୁମାୟୁନଙ୍କ ସମାଧିସ୍ଥଳ ଏବଂ ଦିଲ୍ଲୀ ହାଟ ସାମିଲ ରହିଛି। ସୂତ୍ରଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ, ସୁରକ୍ଷାଗତ କାରଣରୁ ହଜରତ ନିଜାମୁଦ୍ଦିନ ଦରଘା ପରିଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ।

ଉଲ୍ଲେଖଯୋଗ୍ୟ ଯେ, ପାକିସ୍ତାନର ଜଳବାୟୁ ପରିବର୍ତନ ମନ୍ତ୍ରୀ ମୁସାଦିକ ମଲିକ ଏକ ପ୍ରତିନିଧିମଣ୍ଡଳୀ ସହ ଏସ୍ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀରେ ପହଂଚିଛନ୍ତି।

---------------

--------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande