
ଦୁର୍ନୀତି ଓ ରିଲିଫ୍ ବଣ୍ଟନରେ ଅନିୟମିତତା ଅଭିଯୋଗ; ଜିଲ୍ଲାପାଳ ଓ ବିଡିଓଙ୍କ ହସ୍ତକ୍ଷେପ ଦାବି
ଗଞ୍ଜାମ, ୨୧ ନଭେମ୍ବର (ହି.ସ.) ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମ ପଞ୍ଚାୟତର ପଞ୍ଚାୟତ ଅଧିକାରୀ (ପିଓ)ଙ୍କୁ ଅନ୍ୟତ୍ର ବଦଳି କରିବା ଦାବି ଜୋରଦାର ହେବାରେ ଲାଗିଛି। କିଛି ମାସ ପୂର୍ବେ ବଦଳି ହୋଇ ଏହି ପଞ୍ଚାୟତକୁ ଆସିଥିବା ସଂପୃକ୍ତ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଅଭିଯୋଗ ହୋଇଛି।
ସଂପୃକ୍ତ ପିଓ ବିଭିନ୍ନ ଦୁର୍ନୀତିମୂଳକ କାର୍ଯ୍ୟରେ ଲିପ୍ତ ଥିବା ଏବଂ ସରକାରୀ କାର୍ଯ୍ୟରେ ଅନିୟମିତତା କରୁଥିବା ନେଇ ଅଭିଯୋଗ ଉଠିଛି। ବାତ୍ୟା ଅର୍ଣ୍ଣବ ଓ ଆକଭାନ୍ ପରବର୍ତ୍ତୀ ରିଲିଫ୍ ବଣ୍ଟନରେ ମଧ୍ୟ ହେରଫେର ହୋଇଥିବା ଅଭିଯୋଗ ରହିଛି।
ଏହି ପରିପ୍ରେକ୍ଷୀରେ ସଂପୃକ୍ତ ପିଓଙ୍କୁ ପିତଳ ପଞ୍ଚାୟତରୁ ତୁରନ୍ତ ବଦଳି କରିବାକୁ ଗଞ୍ଜାମ ଜିଲ୍ଲାପାଳ ଓ ଶେରଗଡ଼ ବିଡିଓଙ୍କ ନିକଟରେ ଦାବି ହୋଇଛି। ଅଭିଯୋଗଗୁଡ଼ିକର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ସହ ଅଧିକାରୀଙ୍କ ବଦଳି କରିବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ