ସରକାରୀ ମହିଳା ମହାବିଦ୍ୟାଳୟ ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ
ବଲାଙ୍ଗୀର, ୨୧ ନଭେମ୍ବର(ହି.ସ.) – ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରର ଦର୍ଶନ ଶାସ୍ତ୍ର ବିଭାଗ ଦ୍ୱାରା ବିଶ୍ୱ ଦର୍ଶନ ଶାସ୍ତ୍ର ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା, ବିଭାଗୀୟ ମୁଖ୍ୟ ସଂଯୁକ୍ତା କୁମାରୀ ନାୟକ
ସରକାରୀ ମହିଳା ମହାବିଦ୍ୟାଳୟ ବିଶ୍ୱ ଦର୍ଶନଶାସ୍ତ୍ର ଦିବସ ପାଳିତ


ବଲାଙ୍ଗୀର, ୨୧ ନଭେମ୍ବର(ହି.ସ.) – ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗୀରର ଦର୍ଶନ ଶାସ୍ତ୍ର ବିଭାଗ ଦ୍ୱାରା ବିଶ୍ୱ ଦର୍ଶନ ଶାସ୍ତ୍ର ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝା, ବିଭାଗୀୟ ମୁଖ୍ୟ ସଂଯୁକ୍ତା କୁମାରୀ ନାୟକ, ନିମନ୍ତ୍ରିତ ବକ୍ତା ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଅଧ୍ୟାପକ ସୁଶୀଳ ମହାକୁଡ଼ଙ୍କ ସମେତ ଅତିଥି ଅଧ୍ୟାପକ ରାକେଶ ମଲ୍ଲିକ, ଭାର୍ଗବୀ ଦର୍ଜୀ ତଥା ଯୁକ୍ତଦୁଇ ଅଧ୍ୟାପିକା ନିରଦା ରଣା ପ୍ରମୁଖ ମଂଚାସୀନ ଥିଲେ।

ସାମ୍ପ୍ରତିକ ବିଶ୍ୱ ସମ୍ମୁଖରେ ଏକାଧିକ ସମସ୍ୟା ଉପନୀତ। ଏହା ଗଭୀର ଭାବରେ ଆମ ସାମାଜିକ ଜୀବନର ପରିଭାଷାକୁ ପ୍ରଭାବିତ କରୁଛି। ପରିବର୍ତିତ ପ୍ରେକ୍ଷାପଟରେ ଦର୍ଶନଶାସ୍ତ୍ର ହିଁ ବହୁ ସମସ୍ୟାର ନିରାକରଣର ସୂତ୍ର ହୋଇପାରେ। ବିଶ୍ୱ ଶାନ୍ତି ଠାରୁ ଆରମ୍ଭ କରି ସ୍ଥାନୀୟ ସମସ୍ୟା ଏବଂ ବ୍ୟକ୍ତି ଚିନ୍ତାଧାରାକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରିବା ଅତି ଜରୁରୀ ବୋଲି ଉପସ୍ଥିତ ବକ୍ତାଙ୍କ ସମେତ ଅନ୍ୟମାନେ ମତବ୍ୟକ୍ତ କରିଥିଲେ। ଏ ଅବସରରେ ଆୟୋଜିତ ସଭାରେ ସଂଚାଳିକା ଦାୟିତ୍ୱ ଛାତ୍ରୀ ନନ୍ଦିନୀ ସିଂ ଏବଂ ମନୀଷା ବାଗ ନିର୍ବାହ କରିଥିବାବେଳେ ନିରଦା ରଣା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande