ଶିକ୍ଷା ବିଭିନ୍ନ ସଂସ୍କୃତି ଓ ସମ୍ପ୍ରଦାୟ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବା ଉଚିତ : ସି.ପି. ରାଧାକୃଷ୍ଣନ
ମୁମ୍ବାଇ, ୨୧ ନଭେମ୍ବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଶନିବାର କହିଛନ୍ତି ଯେ, ଶିକ୍ଷା ବିଭିନ୍ନ ଦେଶ, ସଂସ୍କୃତି ଓ ସମ୍ପ୍ରଦାୟ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବା ଉଚିତ। ଏହା ଭାରତର ବସୁଧୈବ କୁଟୁମ୍ବକମ୍'' (ସମଗ୍ର ବିଶ୍ୱ ଏକ ପରିବାର) ଭାବନାକୁ ପ୍ରତିଫଳିତ କରିଥାଏ। ଉପରାଷ
उपराष्ट्रपति सीपी राधाकृष्णन


ମୁମ୍ବାଇ, ୨୧ ନଭେମ୍ବର (ହି.ସ.)- ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଶନିବାର କହିଛନ୍ତି ଯେ, ଶିକ୍ଷା ବିଭିନ୍ନ ଦେଶ, ସଂସ୍କୃତି ଓ ସମ୍ପ୍ରଦାୟ ମଧ୍ୟରେ ଏକ ସେତୁ ଭାବେ କାର୍ଯ୍ୟ କରିବା ଉଚିତ। ଏହା ଭାରତର ବସୁଧୈବ କୁଟୁମ୍ବକମ୍' (ସମଗ୍ର ବିଶ୍ୱ ଏକ ପରିବାର) ଭାବନାକୁ ପ୍ରତିଫଳିତ କରିଥାଏ।

ଉପରାଷ୍ଟ୍ରପତି ରାଧାକୃଷ୍ଣନ ଶନିବାର ପୁଣେସ୍ଥିତ ସିମ୍ବାୟୋସିସ୍ ଇଂଟରନ୍ୟାସନାଲ (ଡିମ୍ଡ) ବିଶ୍ୱବିଦ୍ୟାଳୟର ୨୩ତମ ସମାବର୍ତନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ।

ସେ ଛାତ୍ରଛାତ୍ରୀମାନଙ୍କୁ ନିଜର ଜ୍ଞାନ, ଦକ୍ଷତା ଓ ଉପଲବ୍ଧିକୁ ସମାଜର ହିତ ପାଇଁ ବ୍ୟବହାର କରିବା ସହ ବିଶ୍ୱର ବିକାଶରେ ସାର୍ଥକ ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ। ଏଥିସହ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ଏବଂ ନିଶାମୁକ୍ତ ସମାଜ ଗଠନର ଗୁରୁତ୍ୱ ସମ୍ପର୍କରେ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ସେ ଅନୁରୋଧ କରିଥିଲେ।

ଉପରାଷ୍ଟ୍ରପତି କହିଥିଲେ ଯେ, ଗ୍ଲୋବାଲ୍ ସାଉଥ୍ ଦେଶଗୁଡ଼ିକ ପାଇଁ ଭାରତ ଏକ ବିଶ୍ୱସନୀୟ ବିକାଶ ସହଯୋଗୀ ଭାବେ ନିଜର ଭୂମିକା ତୁଲାଉଛି। ୨୦୧୪ ମସିହାଠାରୁ ସହଯୋଗୀ ଦେଶଗୁଡ଼ିକର ୮୦ ହଜାରରୁ ଅଧିକ ପେସାଦାର ଭାରତର ଉନ୍ନତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ଲାଭ ପାଇଛନ୍ତି। ଏଥିରେ ୩୦ ହଜାର ମହିଳା ସାମିଲ ଅଛନ୍ତି। ୟୁପିଆଇ ଏବଂ ଇଣ୍ଡିଆ ଷ୍ଟାକ୍ ଭଳି ପଦକ୍ଷେପ ସହଯୋଗୀ ଦେଶଗୁଡ଼ିକରେ ଆର୍ôଥକ ଅନ୍ତର୍ଭୁକ୍ତୀକରଣ, ନବସୃଜନ ଓ ସୁଶାସନକୁ ପ୍ରୋତ୍ସାହିତ କରିବାରେ ସହାୟକ ହେଉଛି।

ସେ କହିଥିଲେ ଯେ, ବିଭିନ୍ନ ସଂସ୍କୃତିକୁ ସ୍ୱାଗତ କରିବା, ସମ୍ମାନ ଦେବା ଏବଂ ଆପଣାଇବାରେ ହିଁ ଭାରତର ଶକ୍ତି ନିହିତ ରହିଛି। ସ୍ନାତକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସିମ୍ବାୟୋସିସ୍ର ବିଶ୍ୱସ୍ତରୀୟ ସ୍ୱରୂପକୁ ସେ ପ୍ରଶଂସା କରିଥିଲେ। ଏହି ବିଶ୍ୱବିଦ୍ୟାଳୟରେ ୮୫ଟି ଦେଶର ୩ ହଜାରରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ ଏକାଠି ଅଧ୍ୟୟନ କରୁଛନ୍ତି।

ସ୍ନାତକ ହେଉଥିବା ଛାତ୍ରଛାତ୍ରୀଙ୍କୁ ସେ ଜୀବନବ୍ୟାପୀ ଶିକ୍ଷା ଗ୍ରହଣ କରିବାର ମନୋଭାବ ଆପଣାଇବା, ସଚ୍ଚୋଟତାର ସହ ଉତ୍କର୍ଷତା ହାସଲ କରିବା ଏବଂ ବିକଶିତ ଭାରତ ଅ ୨୦୪୭' ନିର୍ମାଣରେ ସକ୍ରିୟ ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ।

ସେ ସିମ୍ବାୟୋସିସ୍ ଇଂଟରନ୍ୟାସନାଲକୁ ଅନ୍ତର୍ଜାତୀୟ ବୁଝାମଣା, ଶୈକ୍ଷିକ ଉତ୍କର୍ଷତା ଏବଂ ସମାବେଶୀ ଶିକ୍ଷା ପ୍ରତି ଭାରତର ପ୍ରତିବଦ୍ଧତାର ଏକ ଜୀବନ୍ତ ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। ଏହି ସମାବର୍ତନ ସମାରୋହ ଛାତ୍ରଛାତ୍ରୀଙ୍କ ସମର୍ପଣ ଓ କଠିନ ପରିଶ୍ରମର ଫଳ ବୋଲି ସେ କହିଥିଲେ।

ତାଞ୍ଜାନିଆର ଜାଞ୍ଜିବାରରେ ଆଇଆଇଟି ମାଡ୍ରାସର ଅନ୍ତର୍ଜାତୀୟ କ୍ୟାମ୍ପସ୍ ସ୍ଥାପନାକୁ ଆଫ୍ରିକୀୟ ଦେଶଗୁଡ଼ିକ ସହ ଶୈକ୍ଷିକ ଓ ବୈଷୟିକ ସହଯୋଗକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ ଅଭିହିତ କରିଥିଲେ।

ଏହି ସମାରୋହରେ ମହାରାଷ୍ଟ୍ରର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା, ରାଜ୍ୟର ଉଚ୍ଚ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ, ସିମ୍ବାୟୋସିସ୍ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ବିଦ୍ୟା ୟେରୱାଡେକର, ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଏସ୍.ବି. ମୁଜୁମଦାର ଏବଂ କୁଳପତି ଡକ୍ଟର ରାମକୃଷ୍ଣନ ରମଣ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଶନିବାର ପୁଣେ ବିମାନବନ୍ଦରରେ ମହାରାଷ୍ଟ୍ରର ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ଏବଂ ରାଜ୍ୟର ଉଚ୍ଚ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ।

ପୁଣେର କାର୍ଯ୍ୟକ୍ରମ ପରେ ଉପରାଷ୍ଟ୍ରପତି ଆଜି ତାମିଲନାଡୁର ଚେନ୍ନାଇ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ନେଲ୍ଲାଇ ନାଡାର ମାଟ୍ରିକୁଲେସନ୍ ହାୟର ସେକେଣ୍ଡାରୀ ସ୍କୁଲର ୪୨ତମ ବାର୍ଷିକ ଦିବସ ସମାରୋହରେ ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande