ବାତ୍ୟା  ଅକଭାନର ସଫଳ ମୁକାବିଲା: ସ୍ଥିତି ସ୍ୱାଭାବିକ, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି
ଓଡ଼ିଶାରେ ଟଳିଲା ବଡ଼ ବିପଦ: ବାତ୍ୟା ଅକଭାନ୍’ ପରେ ତ୍ୱରିତ ପୁନରୁଦ୍ଧାର ଏବଂ ଦୀର୍ଘମିଆଦୀ ବିପର୍ଯ୍ୟୟ ପରିଚାଳନା ଉପରେ ସରକାରଙ୍କ ଗୁରୁତ୍ୱ ସମୂହ ପ୍ରୟାସ ଏବଂ ସଚେତନତା ଯୋଗୁଁ ବାତ୍ୟା ‘ଅକଭାନ୍ ର’ର ପ୍ରଭାବ ନିୟନ୍ତ୍ରଣାଧୀନ ଭୁବନେଶ୍ବର, 21 ନଭେମ୍ବର (ହି.ସ)
ଏସଆରସି


ଓଡ଼ିଶାରେ ଟଳିଲା

ବଡ଼ ବିପଦ: ବାତ୍ୟା ଅକଭାନ୍’ ପରେ ତ୍ୱରିତ ପୁନରୁଦ୍ଧାର ଏବଂ ଦୀର୍ଘମିଆଦୀ ବିପର୍ଯ୍ୟୟ

ପରିଚାଳନା ଉପରେ ସରକାରଙ୍କ ଗୁରୁତ୍ୱ

ସମୂହ ପ୍ରୟାସ ଏବଂ

ସଚେତନତା ଯୋଗୁଁ ବାତ୍ୟା ‘ଅକଭାନ୍ ର’ର ପ୍ରଭାବ ନିୟନ୍ତ୍ରଣାଧୀନ

ଭୁବନେଶ୍ବର, 21 ନଭେମ୍ବର (ହି.ସ) ଆଜି ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର(

ଏସଇଓସି) କାର୍ଯ୍ୟାଳରେ ଏସଆରସି ଶ୍ରୀ ରାଜେଶ ପ୍ରଭାକର ପାଟିଲ ସ୍ୱାଭାବିକ ସ୍ଥିତି, କ୍ଷୟକ୍ଷତି ଆକଳନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ଉପରେ

ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସମ୍ଭାବ୍ୟ ବାତ୍ୟା ଅକବନ ଓ ପ୍ରବଳ ବର୍ଷା ପ୍ରଭାବର ମୁକାବିଲା ପାଇଁ ରାଜ୍ୟ

ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଓ ପ୍ରସ୍ତୁତି ଗ୍ରହଣ କରାଯାଇଥିଲା। ‘’ ଅକଭାନ୍

ପ୍ରାରମ୍ଭିକ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ ମୁହାଁ ହେବାର ଥିଲେ ମଧ୍ୟ ହଠାତ୍ ଗତ ୧୮ ତାରିଖରେ

ଏହାର ଗତିପଥ ଓଡ଼ିଶା ଆଡ଼କୁ ମୋଡ଼ ନେଇଥିଲା। ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସୁରକ୍ଷାକୁ

ସର୍ବାଗ୍ରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟାପକ ପଦକ୍ଷେପ ନିଆଯାଇଥିଲା।

ଗଞ୍ଜାମ, ଗଜପତି, ପୁରୀ,

କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ

ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମାତ୍ର ୨୪

ଘଣ୍ଟା ମଧ୍ୟରେ ଏକ ବିରାଟ ମାତ୍ରାରେ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ଏକ ବଡ଼ ଆହ୍ୱାନ ଥିଲେ

ମଧ୍ୟ ସମସ୍ତଙ୍କ ମିଳିତ ପ୍ରୟାସରେ ଏହାକୁ ସଫଳ କରାଯାଇପାରିଛି।

ମାନ୍ୟବର

ମୁଖ୍ୟମନ୍ତ୍ରୀ, ରାଜସ୍ୱ ଓ

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଦଳଗତ ଭାବନା ସହ କାମ

କରିଛନ୍ତି। ଗଣମାଧ୍ୟମ ମାଧ୍ୟମରେ ସଠିକ୍ ଓ ସମୟୋଚିତ ନିର୍ଦ୍ଦେଶାବଳୀ ଜନସାଧାରଣଙ୍କ ପାଖରେ

ପହଞ୍ଚାଯିବା ଯୋଗୁଁ ବଡ଼ଧରଣର କ୍ଷୟକ୍ଷତି ଏଡ଼ାଯାଇପାରିଛି।

ବାତ୍ୟାର ପ୍ରଭାବ

ଆକଳନ କରାଯାଇଥିବା ଆକଳନ ଅପେକ୍ଷା କମ୍ ରହିଛି। ବର୍ତ୍ତମାନ ଏହା ଓଡ଼ିଶାରେ ଏକ ଲଘୁଚାପରେ ପରିଣତ ହୋଇଛି ଏବଂ ବିଭିନ୍ନ

ଜିଲ୍ଲାରେ ବର୍ଷା ହୋଇଥିଲେ ମଧ୍ୟ କୌଣସି ଜାଗାରେ ଚିନ୍ତାଜନକ ସ୍ଥିତି ନାହିଁ। ସବୁ ଜାଗାରେ ୫୦

ମି.ମି.ରୁ କମ୍ ବର୍ଷା ରେକର୍ଡ କରାଯାଇଛି, କିଛି ଅଞ୍ଚଳରେ

ବର୍ଷା ହେବା କାରଣରୁ କିଛି ଜାଗାରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିଲା, ଯାହାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସମାଧାନ

କରିଛି। ରାଜ୍ୟରେ ହୋଇଥିବା ବର୍ଷା ଆଜିର ତଥ୍ୟ ଅନୁଯାୟୀ, କଟକ ଜିଲ୍ଲାରେ ହାରାହାରି ୫୩.୫ ମିମି ଏବଂ କେନ୍ଦ୍ରାପଡ଼ାରେ ୫୧.୬

ମିମି ବର୍ଷା ରେକର୍ଡ ହୋଇଛି। ସେହିପରି

ଖୋର୍ଦ୍ଧାରେ ୩୦.୭ ମିମି , ପୁରୀରେ ୨୪.୪ ମିମି

ଏବଂ ଗଞ୍ଜାମ ଜିଲ୍ଲାରେ ହାରାହାରି ୨୩.୦ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଏପର୍ଯ୍ୟନ୍ତ

ବର୍ଷା ହୋଇଛି। ଏହା ବ୍ୟତୀତ ଗଜପତି ଜିଲ୍ଲାରେ ସବୁଠାରୁ କମ୍ ଅର୍ଥାତ୍ ୧.୨ ମିମି ଜିଲ୍ଲା

ହାରାହାରି ବର୍ଷା ରେକର୍ଡ କରାଯାଇଛି। । ପ୍ରାୟ

ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି ।

ଜମିରେ ଫସଲ ନଷ୍ଟ

ହୋଇଥିବା ଅଞ୍ଚଳର ଆକଳନ କାମ ଖୁବ୍ ଶୀଘ୍ର କରାଯିବ ଏବଂ ପ୍ରଭାବିତମାନଙ୍କୁ ସରକାରଙ୍କ ନିୟମ

ଅନୁଯାୟୀ ସହାୟତା ପ୍ରଦାନ କରାଯିବ। ଏହା ସହିତ ଭୂସ୍ଖଳନଏବଂ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନାପ୍ରସ୍ତୁତ କରୁଛନ୍ତି।

ସମସ୍ତ ଗଣମାଧ୍ୟମ

ପ୍ରତିନିଧି, ପ୍ରଶାସନିକ

ଅଧିକାରୀ ଏବଂ ସହଯୋଗ କରିଥିବା ସମସ୍ତ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ କୃତଜ୍ଞତା ଓ

ଧନ୍ୟବାଦ ଜ୍ଞାପନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande