

ବଲାଙ୍ଗୀର, ୨୧ ନଭେମ୍ବର(ହି.ସ.) – ଚଳିତ ବର୍ଷ ଟିକ୍ରାପଡା ଅହୋରାତ୍ର ନାମଯଂଜ୍ଞ ଆରମ୍ଭ ହୋଇଯାଇଛି। ଗତକାଲି ସନ୍ଧ୍ୟା ସନ୍ଧ୍ୟା ୭ ଘଂଟା ସମୟରେ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହିଳାମାନଙ୍କ କଳସ ଯାତ୍ରା ସହ ପ୍ରଭୁ ରାଧା ମାଧବଙ୍କୁ ସ୍ଥାନୀୟ ଗୋପାଳଜୀ ମନ୍ଦିରରୁ ଗତକାଲି ସନ୍ଧ୍ୟାରେ ଏକ ଶୋଭାଯାତ୍ରାରେ ଆବାହନ କରି ନାମଯଂଜ୍ଞ ମଣ୍ଡପରେ ବିରାଜମାନ କରାଇଥିଲେ। ଆଜି ସକାଳ ୯ ଘଂଟା ସମୟରେ ସ୍ୱାମୀ ଚେତ୍ୱାନନ୍ଦ ସରସ୍ୱତୀ ନାମଯଜ୍ଞର ଶୁଭାରମ୍ଭ କରି ପ୍ରଭୁଙ୍କ ନାମ ଗାନ କରାଇଥିଲେ। ସମାଜସେବୀ ରାଜେନ୍ଦ୍ର ବିଜୟ ସାହୁ ଏହି ଉତ୍ସବ ରେ ଯୋଗଦାନ କରିଥିଲେ। ଚଳିତ ବର୍ଷ ନାମଯଜ୍ଞ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ର ସଭାପତି ପ୍ରକାଶ ନେପାକ, ସମ୍ପାଦକ ଅଙ୍କୁଶ ହୋତା, କୋଷାଧ୍ୟକ୍ଷ ହରେକୃଷ୍ଣ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନାମଯଂଜ୍ଞ ଆୟୋଜିତ ହୋଇଛି। ଚଳିତ ବର୍ଷ ନାମଯଜ୍ଞ ଆୟୋନନ ସଂଜୟ ଶଥପଥୀ, କୋଷାଧ୍ୟକ୍ଷ ଶରତ ଷାଣ୍ଢ, ସୁବାସ ସା, ଦୁୁର୍ଗା ସା, କଳୁ ମହାନ୍ତି, ତୁଫାନ ସାହୁ, ପିଙ୍କୁ ପଣ୍ଡାଙ୍କ ନେତୃତ୍ୱରେ ନାମଯ ଆୟୋଜନ ହୋଇଛି। ନାମଯଂଜ୍ଞ ଆୟୋଜନ କମଟିରେ ବରିଷ୍ଠ ସଭ୍ୟ ଭଗବାନ ବଗର୍ତି, ଦୁଲିଚନ୍ଦ ଅଗ୍ରୱାଲ, ଅଶୋକ ଚାନ୍ଦ, ରାଜେନ୍ଦ୍ର ମିଶ୍ର, ସତ୍ୟନାରାୟଣ ମାହାକୁଡ, ପ୍ରଦୀପ ସାହୁ, ଅଶୋକ ମିଶ୍ର, ସୁନାଧର ବନଛୋର, ଦ୍ୱିଜରାଜ ମିଶ୍ର, ଶ୍ରୀବତ୍ସ ମହାରଣା, ଶିବେନ୍ଦ୍ର ସାହୁ, ବିକାଶ ସା, ଗୋପାଳ ମହାରଣା ତଥା ମହିଳା କମିଟିି ସଭାପତି ବିଳାସିନୀ ବେହେରା, ସମ୍ପାଦକ ଲିନା ମହାନ୍ତିି, ସବିତା ବେହେରା, ଦମୟନ୍ତି ବାଗ ସଭ୍ୟ ଅଛନ୍ତି। ଚଳିତ ବର୍ଷ ଯଜ୍ଞ କର୍ତା ରୂପେ ଦୁର୍ଗା ଚରଣ ସାହୁ ଓ ସହଧର୍ମିଣୀ ଦାୟିତ୍ୱ କରୁଛନ୍ତି। ମୁଖ୍ୟ ପୂଜକ ଶୁକଦେବ ମିଶ୍ର ଓ ସହଯୋଗୀ ପୂଜା କାର୍ଯ୍ୟ ବହନ କରିଛନ୍ତି। ନାମଯଂଜ୍ଞ କମିଟିର ସଭ୍ୟ ଟିଚୁ ମହାରଣା, ମୁନା ପାତ୍ର, ଭରତ ପୋଢ, ଲିଲି ବେହେରା, ଟିଂକୁ ପଣ୍ଡା, ନେପାଳ ମହାରଣା, ମଂଜୁଲତା ମିଶ୍ର, ସୁଚରିତା ଶତପଥୀ, ସୌରଭ ଜିତ ନାଗ, ସ୍ୱସ୍ତିକ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ