
ଜୟପୁରରୁ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିଲା ଆମ୍ବୁଲାନ୍ସ, ମୃତକଙ୍କ ମଧ୍ୟରେ ଉଭୟ ଗାଡ଼ିର ଚାଳକ ସାମିଲ
ବାରାବଙ୍କୀ, ୨୧ ନଭେମ୍ବର (ହି.ସ.) – ଉକ୍ଷରପ୍ରଦେଶର ବାରାବଙ୍କୀ ଜିଲ୍ଲାରେ ପୂର୍ବାଙ୍ଘ;ଳ ଏକ୍ସପ୍ରେସ୍ୱେରେ ଶନିବାର ସକାଳେ ଆମ୍ବୁଲାନ୍ସ ଓ ଏକ ପିକଅପ୍ ଗାଡ଼ି ମଧ୍ୟରେ ଭୟଙ୍କର ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସୁବେହା ଥାନା ଅଂଚଳର ଗେରାଁୱା ଗ୍ରାମ ନିକଟରେ ସକାଳ ପ୍ରାୟ ୬ଟା ୩୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ଆମ୍ବୁଲାନ୍ସଟି ଜୟପୁରରୁ ଏକ ମୃତଦେହ ନେଇ ପଶ୍ଚିମବଙ୍ଗ ଯାଉଥିଲା। ଏହି ସମୟରେ ଏହାର ପିକଅପ୍ ଗାଡ଼ି ସହ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍ସରେ ଥିବା ସମସ୍ତ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଆମ୍ବୁଲାନ୍ସର ଉଭୟ ଚାଳକ ମଧ୍ୟ ଅଛନ୍ତି।
କ୍ଷେତ୍ରାଧିକାରୀ ସମୀର ସିଂହ କହିଛନ୍ତି ଯେ, ଆର୍ଜେ ୧୪ ପିଏଫ୍ ୮୫୨୯ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସଟି ୟୁପି ୭୮ ଜିଟି ୬୪୮୦ ନମ୍ବର ବିଶିଷ୍ଟ ପିକଅପ୍ ଗାଡ଼ି ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ମୁକ୍ତି ବାଲା ଭୂତ ଗ୍ରାମର ଅମିନୁଲ ହକ୍ (୪୦), ପିତା ଅବ୍ଦୁଲ ହୁସେନ ଏବଂ ରୁପିକ୍ (୫୦), ପିତା ଅବ୍ଦୁଲ ରହମାନ, ଜୟପୁରର ଜୱରନଗର ନିବାସୀ ମକବୁଲ ଖାନ୍ (୫୨), ପିତା ସୁଭାନ, ଦୌସା ଜିଲ୍ଲାର ତାଲ ସିଢ଼ି ଗ୍ରାମର ଅଜୟ (୩୩), ପିତା ପ୍ରକାଶ ଚନ୍ଦ୍ର ସୈନୀ ଏବଂ ଅଲୱର ଜିଲ୍ଲାର ପିପଲ ଖେର ନିବାସୀ ହରିଓମ ଯୋଗୀ (୩୧), ପିତା ଜୟସିଂହଙ୍କ ମୃତ୍ୟୁ ଘଟିଛି।
ପୁଲିସର ସୂଚନା ଅନୁସାରେ, ଅଜୟ ଓ ହରିଓମ ଆମ୍ବୁଲାନ୍ସର ଚାଳକ ଥିଲେ। ଦୁର୍ଘଟଣା ପରେ ପୁଲିସ ସମସ୍ତ ମୃତଦେହକୁ ନିଜ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏହି ମାମଲାରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରହିଛି।
----------
ହିନ୍ଦୁସ୍ଥାନ ସମାଚାର / ଗଗନ