ସାବେରୀ ନଦୀରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ, ଦୁଇ ଜଣ ଉଦ୍ଧାର
ମାଲକାନଗିରି , ୨୧ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରାଣୀଗୁଡ଼ା ଗ୍ରାମ ନିକଟସ୍ଥ ସାବେରୀ ନଦୀରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ମହିଳା ପହଁରି କୂଳକୁ ଆସି ଜୀବନ ରକ୍ଷା କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତିନି ଜଣ ମହିଳା ସାବ
ସାବେରୀ ନଦୀରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ, ଦୁଇ ଜଣ ଉଦ୍ଧାର


ମାଲକାନଗିରି , ୨୧ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ରାଣୀଗୁଡ଼ା ଗ୍ରାମ ନିକଟସ୍ଥ ସାବେରୀ ନଦୀରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳା ନିଖୋଜ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ମହିଳା ପହଁରି କୂଳକୁ ଆସି ଜୀବନ ରକ୍ଷା କରିଛନ୍ତି।

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତିନି ଜଣ ମହିଳା ସାବେରୀ ନଦୀ ପାର ହୋଇ ଅପରପାର୍ଶ୍ୱରେ ଥିବା ମାନ୍ଦାପାଲ୍ଲୀ ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଘରେ ଆୟୋଜିତ ଶୋକସଭାରେ ଯୋଗଦେବାକୁ ଏକ ଦେଶୀ ଡଙ୍ଗାରେ ଯାଉଥିଲେ। ତେବେ ନଦୀ ମଝିରେ ହଠାତ୍ ଡଙ୍ଗାଟି ବୁଡ଼ି ଯାଇଥିଲା। ଫଳରେ ମଣିମା ଭୂମିୟା ନାମକ ଜଣେ ମହିଳା ନିଖୋଜ ହୋଇଯାଇଥିବାବେଳେ ଅନ୍ୟ ଦୁଇ ଜଣ କୌଣସିମତେ ପହଁରି କୂଳକୁ ଆସିଥିଲେ।

ଘଟଣା ସମ୍ପର୍କରେ ଖବର ପାଇ ମାଥିଲି ଅଗ୍ନିଶମ ବାହିନୀ ଆଜି ସକାଳୁ ନଦୀରେ ନିଖୋଜ ମହିଳାଙ୍କୁ ଖୋଜାଖୋଜି ଜାରି ରଖିଛି। ତେବେ ମହିଳାଙ୍କ ସନ୍ଧାନ ମିଳିନଥିବା ଜଣାପଡ଼ିଛି।

ନିଖୋଜ ମହିଳାଙ୍କୁ ନେଇ ଅଞ୍ଚଳରେ ଚିନ୍ତା ଓ ଉଦ୍ବେଗ ପ୍ରକାଶ ପାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande