ବିଶ୍ୱ ଟେଲିଭିଜନ ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ବିଶ୍ୱ ଟେଲିଭିଜନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଟେଲିଭିଜନ ଦିବସ ଅବସରରେ ଲୋକଙ୍କୁ ଯୋଡ଼ିବା, ସଚେତନତା ସୃଷ୍ଟି କରିବ
ଟେଲିଭିଜନ


ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ବିଶ୍ୱ

ଟେଲିଭିଜନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଟେଲିଭିଜନ ଦିବସ ଅବସରରେ ଲୋକଙ୍କୁ

ଯୋଡ଼ିବା,

ସଚେତନତା ସୃଷ୍ଟି କରିବା ଏବଂ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଓ ବିକାଶର ଯାତ୍ରାକୁ ବିଶ୍ୱ ଦରବାରରେ ପ୍ରଦର୍ଶିତ କରିବାରେ

ଟେଲିଭିଜନର ଶକ୍ତିକୁ ଆସନ୍ତୁ ଉତ୍ସବ ଭାବେ ପାଳନ କରିବା। ଏହି ଶକ୍ତିଶାଳୀ ଗଣମାଧ୍ୟମ ଆଗକୁ

ମଧ୍ୟ ଲୋକଙ୍କୁ ସଠିକ୍ ସୂଚନା ପ୍ରଦାନ କରିବା, ପ୍ରେରଣା ଯୋଗାଇବା ସହ ଓଡ଼ିଶାର ଗୌରବମୟ କାହାଣୀକୁ ବିଶ୍ୱବାସୀଙ୍କ

ନିକଟରେ ପହଞ୍ଚାଇ ଚାଲୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande