
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ଡକ୍ଟର
ହରେକୃଷ୍ଣ ମହତାବ ଓ ଡକ୍ଟର ସି.ଭି. ରମଣଙ୍କ ସ୍ମରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଓଡ଼ିଶାର ପ୍ରଥମ
ମୁଖ୍ୟମନ୍ତ୍ରୀ, ଆଧୁନିକ
ଓଡ଼ିଶାର ନିର୍ମାତା, ବିଶିଷ୍ଟ
ସ୍ୱାଧୀନତା ସଂଗ୍ରାମୀ ତଥା ସୁସାହିତ୍ୟିକ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ବିନମ୍ର
ଶ୍ରଦ୍ଧାଞ୍ଜଳି।
ଅନ୍ୟ ଏକ ବାର୍ତ୍ତାରେ
ପ୍ରଭାତି ପରିଡା କହିଛନ୍ତି ଯେ, ଭାରତର ପ୍ରଥମ ନୋବେଲ ପୁରସ୍କାର ବିଜେତା ମହାନ ବୈଜ୍ଞାନିକ ତଥା
ଭାରତରତ୍ନ ଡକ୍ଟର ସି.ଭି. ରମଣଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ପଦାର୍ଥ ବିଜ୍ଞାନ
କ୍ଷେତ୍ର ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା