କାଲିଠୁ ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ: ମନ୍ତ୍ରୀ
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ଆସନ୍ତାକାଲି (ରବିବାର)ଠାରୁ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବାତ୍ୟାରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ମିଳିବ। ବର୍ଷା ଯୋଗୁଁ ଚାଷ
suresh pujari


ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ଆସନ୍ତାକାଲି (ରବିବାର)ଠାରୁ ବାତ୍ୟାଜନିତ କ୍ଷୟକ୍ଷତିର ଆକଳନ ଆରମ୍ଭ ହେବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ବାତ୍ୟାରେ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ମିଳିବ। ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଓଦା ହୋଇଛି। ଓଦା ହୋଇଥିବା ଧାନ ପାଇଁ ମଧ୍ୟ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ। ବନ୍ୟା ମୁକାବିଲା ପାଇଁ ଦୀର୍ଘମିଆଦୀ ଯୋଜନା ଆରମ୍ଭ ହୋଇଛି। ଓଡ଼ିଶାର ନଦୀ ବ୍ୟବସ୍ଥାକୁ ନେଇ ଡିପିଆର ପ୍ରସ୍ତୁତ କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମ୍ ର ଭିତିଭୂମି ବିକାଶ କରାଯିବ।୧୧ଟି ନଦୀ ସିଷ୍ଟମ୍ ମଧ୍ୟରୁ ମହାନଦୀ ଓ ରେଙ୍ଗାଲୀ ସିଷ୍ଟମ୍ ଠିକ୍ କାମ କରୁଛି । ଅନ୍ୟ ୮ଟି ନଦୀ ସିଷ୍ଟମ୍ ର ବିକାଶ ପାଇଁ ଦୀର୍ଘମିଆଦୀ ରୋଡ୍ ମ୍ୟାପ୍ ହେବ। ଏନେଇ ଆଇଆଇଟି ରୁର୍କି ସହ ମଧ୍ୟ ଯୋଗାଯୋଗ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande