ଗଞ୍ଜାମରେ ବନ୍ୟା ସ୍ଥିତି ନାହିଁ - ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ଗଞ୍ଜାମରେ ବନ୍ୟା ସ୍ଥିତି ନାହିଁ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଏହା ସସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ବାତ୍ୟାଜନିତ ବର୍ଷାରେ ଋଷିକୁଲ୍ୟାରେ ଜଳସ୍ତର ବିପଦ ସଂକେତ ଟପିନି। ପୁରୁଷୋତମପୁର ଠାରେ ଜଳସ୍ତର ବିପଦ ସଂକେତ ୧୬.୮୫ ମି. ଟପିନ
ଗଞ୍ଜାମରେ ବନ୍ୟା ସ୍ଥିତି ନାହିଁ - ସର୍ବୋଚ୍ଚ ଯନ୍ତ୍ରୀ


ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ଗଞ୍ଜାମରେ ବନ୍ୟା ସ୍ଥିତି ନାହିଁ । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଏହା ସସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ବାତ୍ୟାଜନିତ ବର୍ଷାରେ ଋଷିକୁଲ୍ୟାରେ ଜଳସ୍ତର ବିପଦ ସଂକେତ ଟପିନି। ପୁରୁଷୋତମପୁର ଠାରେ ଜଳସ୍ତର ବିପଦ ସଂକେତ ୧୬.୮୫ ମି. ଟପିନି ।ବାଘୁଆ ଓ ଧନେଇ ପାଇଁ କିଛି ଅଂଚଳ କିଛି ସମୟ ପାଇଁ ଜଳମଗ୍ନ ହୋଇଥିଲା। ଏବେ ଗଞ୍ଜାମରେ କୌଣସି ଅଂଚଳ ଜଳବନ୍ଦୀ ଅବସ୍ଥାରେ ନାହିଁ। ବାତ୍ୟାର ପ୍ରକୋପ କମିଛି, ଉତର ଓଡ଼ିଶାରେ ମଧ୍ୟ ବନ୍ୟା ଆଶଙ୍କା ନାହିଁ। ଜଗତସିଂହପୁର ଓ ପୁରୀରେ ବର୍ଷା ପାଇଁ ଅନେକ ଧାନ ଫସଲ ନଷ୍ଟ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande