
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ବିଶ୍ୱ ମତ୍ସ୍ୟ
ଦିବସରେ ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ
ମଲ୍ଲିକ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ମତ୍ସ୍ୟ ଦିବସ
ଉପଲକ୍ଷେ ନୀଳ ଅର୍ଥନୀତିର ମେରୁଦଣ୍ଡ ଆମ ସମସ୍ତ ମତ୍ସ୍ୟଜୀବୀ ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ
ଶୁଭେଚ୍ଛା। ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବାରେ
ଆପଣମାନଙ୍କ କଠିନ ପରିଶ୍ରମ ଅତୁଳନୀୟ। ଆସନ୍ତୁ, ସ୍ଥାୟୀ ମତ୍ସ୍ୟଚାଷ ଓ ଜଳସମ୍ପଦର ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ
ହେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା