
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ହରେକୃଷ୍ଣ
ମହତାବ ଓ ସିଭି ରମଣଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ 'ଉତ୍କଳ କେଶରୀ' ଡଃ.
ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
ଅନ୍ୟ ଏକ ବାର୍ତ୍ତାରେ
ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ କହିଛନ୍ତି ଯେ, ‘ରମଣ ପ୍ରଭାବ’ର ଯୁଗାନ୍ତକାରୀ ଆବିଷ୍କାର ମାଧ୍ୟମରେ ଭାରତକୁ
ବିଶ୍ୱସ୍ତରରେ ଗୌରବ ଓ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ମହାନ ବୈଜ୍ଞାନିକଙ୍କୁ ତାଙ୍କ
ପୁଣ୍ୟତିଥିରେ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛୁ। ଭାରତ ରତ୍ନ ସାର୍ ସି.ଭି. ରମଣଙ୍କ ପ୍ରତି
ବିନମ୍ର ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା