

ହବିଷ୍ୟାଳୀ ମା ମାନେ ମହାପ୍ରଭୁଙ୍କ ଦର୍ଶନ କଲେ।
ପୁରୀ, 21 ନଭେମ୍ବର (ହି.ସ.) ବାତ୍ୟା ଆକୱ୍ବାନ ପରିପ୍ରେକ୍ଷୀରେ ହବିଷ୍ୟାଳୀ ମା ମାନଙ୍କ ସୁରକ୍ଷା ପାଇଁ ମହାପ୍ରଭୁଙ୍କ ଦର୍ଶନ ଦୁଇ ଦିନ ବନ୍ଦ ରଖାଯାଇଥିଲା। ତେବେ ଆଜି ଶନିବାର ପାଗ ବେଶ୍ ଭଲ ଥିବାରୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ନିର୍ଦ୍ଦେଶ କ୍ରମେ ହବିଷ୍ୟାଳୀ ମା ମାନଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ପୂର୍ବ ପରି ପ୍ରତ୍ୟୁଷରୁ ସ୍ବତନ୍ତ୍ର ଗାଡ଼ି ମାଧ୍ୟମରେ ସ୍ବେଚ୍ଛାସେବୀ ମାନେ ମା ମାନଙ୍କୁ ମନ୍ଦିର କୂ ନେଇ ଦର୍ଶନ କରାଇଥିଲେ। ହବିଷ୍ୟାଳୀ ମା ମାନେ ଦୁଇ ଦିନ ର ବିରତି ପରେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରି ଆନନ୍ଦ ଅନୁଭବ କରିଥିଲେ।ଆମ ସୁରକ୍ଷା ପାଇଁ ପ୍ରଶାସନ ଦର୍ଶନ ବନ୍ଦ କରିଥିଲେ। ହେଲେ ଆମ ମନ କାଳିଆ ଠାକୁର ଙ୍କୁ ଦର୍ଶନ ପାଇଁ ବ୍ୟଗ୍ର ଥିଲା। ଆଜି ଦର୍ଶନ କରି ଆମେ ଭାରି ଖୁସି ବୋଲି ହବିଷ୍ୟାଳୀ ମା ମାନେ କହିବା ସହ ପ୍ରଶାସନ ର ଦାୟିତ୍ଵ ପୂର୍ଣ୍ଣ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ