
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ସାର୍ ସି.ଭି.
ରମଣଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହେଦଓ । ଏହି ଅବସରରେ
ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭାରତ ରତ୍ନ ତଥା ନୋବେଲ
ପୁରସ୍କାର ବିଜେତା ସାର୍ ସି.ଭି. ରମଣଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ
କରୁଛୁ। ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅଗ୍ରଣୀ ଅବଦାନ ଭାରତକୁ ବିଶ୍ୱସ୍ତରରେ ସ୍ୱତନ୍ତ୍ର ପରିଚୟ
ଓ ସ୍ୱୀକୃତି ପ୍ରଦାନ କରିଥିଲା। ତାଙ୍କର ଐତିହାସିକ ଆବିଷ୍କାର, ଅସାଧାରଣ ବୌଦ୍ଧିକ ପ୍ରତିଭା ଏବଂ ବୈଜ୍ଞାନିକ ଜ୍ଞାନ ଅନ୍ୱେଷଣ ପ୍ରତି
ଅତୁଟ ନିଷ୍ଠା ଆଜି ମଧ୍ୟ ଗବେଷଣା କ୍ଷେତ୍ରକୁ ସମୃଦ୍ଧ କରିବା ସହ ଆଗାମୀ ପିଢ଼ିର
ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା