
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ସୁରେନ୍ଦ୍ର ନାଥ
ଜେନାଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହେଦଓ ଶୋକ ପ୍ରକାଶ କରିଛନ୍ତି । ଏହି ଅବସରରେ
ଏକ୍ସ ହ୍ୟାଣ୍ଡେଲରେ କେଭି ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆମ ଦଳର ବରିଷ୍ଠ
ନେତା ତଥା ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ନାଥ ଜେନାଙ୍କ ବିୟୋଗ ଖବର
ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । କୃଷକମାନଙ୍କ ହକ୍ ପାଇଁ ସଂଗ୍ରାମ ଏବଂ ଦଳକୁ
ତୃଣମୂଳ ସ୍ତରରେ ମଜବୁତ କରିବାରେ ତାଙ୍କର ନିଷ୍ଠା ଓ ଅବଦାନ ଅତୁଳନୀୟ।
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ
ମୋର ଗଭୀର ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଅମର ଆତ୍ମାକୁ ଶାନ୍ତି ଓ ସଦ୍ଗତି
ପ୍ରଦାନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା