ରୀତା ପେଶୱାରିଆ ଓରେସନ୍ ଆୱାର୍ଡ ସେରିମନିରେ ଯୋଗଦେଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶନିବାର ଭୁବନେଶ୍ୱରଠାରେ ଚେତନା ସଂଗଠନ ଦ୍ୱାରା ଆୟୋଜିତ ମର୍ଯ୍ୟାଦାଜନକ ରୀତା ପେଶୱାରିଆ ଓରେସନ୍ ଆୱାର୍ଡ ସେରିମନି''ରେ ଯୋଗଦେଇଥିଲେ। ବୌଦ୍ଧିକ ଓ ବିକାଶମୂଳକ ଅକ୍ଷମତା ଏବଂ ଅଟିଜମ୍ କ୍ଷେତ୍ରରେ ଗବେଷଣା, ପ୍ରଶିକ
dgfdrgh


ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶନିବାର ଭୁବନେଶ୍ୱରଠାରେ ଚେତନା ସଂଗଠନ ଦ୍ୱାରା ଆୟୋଜିତ ମର୍ଯ୍ୟାଦାଜନକ ରୀତା ପେଶୱାରିଆ ଓରେସନ୍ ଆୱାର୍ଡ ସେରିମନି'ରେ ଯୋଗଦେଇଥିଲେ। ବୌଦ୍ଧିକ ଓ ବିକାଶମୂଳକ ଅକ୍ଷମତା ଏବଂ ଅଟିଜମ୍ କ୍ଷେତ୍ରରେ ଗବେଷଣା, ପ୍ରଶିକ୍ଷଣ, ସେବା ଏବଂ ସଚେତନତା ସୃଷ୍ଟି ଦିଗରେ ଅସାଧାରଣ ଓ ଉଲ୍ଲେଖନୀୟ ଅବଦାନ ରଖିଥିବା ଭାରତୀୟ ବିଶେଷଜ୍ଞମାନଙ୍କୁ ସମ୍ମାନିତ କରିବା ପାଇଁ ଏହି ପୁରସ୍କାର ଏକ ପ୍ରେରଣା।

ଚଳିତ ବର୍ଷ ସ୍ୱତନ୍ତ୍ର ଶିକ୍ଷା କ୍ଷେତ୍ରରେ ପେସାଦାର ବିକାଶକୁ ପ୍ରୋତ୍ସାହିତ କରିବା ତଥା ଦିବ୍ୟାଙ୍ଗ ଶିଶୁମାନଙ୍କ ଉନ୍ନତି ଦିଗରେ ଅତୁଳନୀୟ କାର୍ଯ୍ୟ ପାଇଁ ମୁମ୍ବାଇସ୍ଥିତ ଏସ୍.ଏନ୍.ଡି.ଟି ମହିଳା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଡଃ ରୁବିନା ଶଙ୍କର ଲାଲଙ୍କୁ ୧୩ତମ ବିଜେତା ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କ ସାଧନାର ସ୍ୱୀକୃତି ନୁହେଁ, ବରଂ ସମାଜରେ ଦିବ୍ୟାଙ୍ଗ ଶିଶୁମାନଙ୍କ ଶିକ୍ଷା ଓ ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ଶିକ୍ଷକ, ଗବେଷକ ଏବଂ ଅଭିଭାବକମାନଙ୍କୁ ନୂତନ ଉତ୍ସାହ ଓ ପ୍ରେରଣା ଯୋଗାଇଥାଏ। ଏହାଦ୍ୱାରା ଦିବ୍ୟାଙ୍ଗ ପିଲାମାନଙ୍କ ଜୀବନଧାରଣ ମାନରେ ଏକ ସକାରାତ୍ମକ ପରିବର୍ତନ ଆସିବା ସହ ସମାଜରେ ଏକ ଅନ୍ତର୍ଭୁକ୍ତିକରଣ ବାତାବରଣ ସୃଷ୍ଟି ହୋଇପାରୁଛି।

ସମାଜର ପ୍ରତ୍ୟେକ ବର୍ଗର ବିକାଶ ଏବଂ ବିଶେଷ କରି ଦିବ୍ୟାଙ୍ଗ ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହି ପ୍ରୟାସ ପ୍ରଶଂସନୀୟ।

ଏହି ସମାରୋହରେ ଚେତନା ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର, ଉପସଭାପତି ଡ଼ଃ ବସନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ଡ଼ଃ ନାରାୟଣ ଚନ୍ଦ୍ର ପତି, ରୀତା ପେଶୱରିଆ ଅଟିଜିମ୍ ବିଦ୍ୟାଳୟର ପ୍ରତିଷ୍ଠାତା ଡ଼ଃ ସିମି ସନ୍ଥ, ଶ୍ରୀ ଭି.କେ. ମେନନ୍ ଏବଂ ସ୍ୱତନ୍ତ୍ର ଶିକ୍ଷକ ସଂଗଠନର ସମ୍ପାଦକ ଆୟୁଷ୍ମାନ ଚୌଧୁରୀଙ୍କ ସମେତ ଆଭାସୀ ମାଧ୍ୟମରେ ଭାରତର ପ୍ରଥମ ମହିଳା ଆଇପିଏସ୍ ଅଧିକାରୀ ତଥା ପୁଡୁଚେରୀର ଲେଫ୍ଟନାଂଟ ଗଭର୍ଣ୍ଣର ଡ଼ଃ କିରଣ ବେଦୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande