ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ସ୍ୱାଧିନ ପ୍ରଧାନ, ବୌଦ୍ଧର ବହୁଚର୍ଚିତ ଯୁବ ବ୍ୟବସାୟୀ ବିରୁପାକ୍ଷ ହତ୍ୟା ଘଟଣା
ବୌଦ୍ଧ , 21 ନଭେମ୍ବର (ହି.ସ.) ବୌଦ୍ଧର ବହୁଚର୍ଚିତ ଯୁବ ବ୍ୟବସାୟୀ ବିରୁପାକ୍ଷ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱାଧିନ ପ୍ରଧାନ ଶେଷରେ ପୋଲିସ ହାତରେ ଧରାପଡିଛି l ବୌଦ୍ଧ ସଦର ଥାନା ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ସ୍ୱାଧିନ ପ୍ରଧାନକୁ କୋର୍ଟ ଚାଲାଣ କରିଅଛି l ବୌଦ୍ଧ ଜିଲାର ବଘିଆପଡା ନିକସ୍ଥ ଜଙ୍ଗ
ଯୁବ ବ୍ୟବସାୟୀ ବିରୁପାକ୍ଷ ହତ୍ୟା ଘଟଣା୧


ଯୁବ ବ୍ୟବସାୟୀ ବିରୁପାକ୍ଷ ହତ୍ୟା ଘଟଣା


ଯୁବ ବ୍ୟବସାୟୀ ବିରୁପାକ୍ଷ ହତ୍ୟା ଘଟଣା


ବ୍ୟବସାୟକୁ ନେଇ ବୌଦ୍ଧର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲାଙ୍କୁ ହତ୍ୟା, ୫ ଦିନ ପରେ ଶବ ଉଦ୍ଧାର୧


ବୌଦ୍ଧ , 21 ନଭେମ୍ବର (ହି.ସ.) ବୌଦ୍ଧର ବହୁଚର୍ଚିତ ଯୁବ ବ୍ୟବସାୟୀ ବିରୁପାକ୍ଷ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱାଧିନ ପ୍ରଧାନ ଶେଷରେ ପୋଲିସ ହାତରେ ଧରାପଡିଛି l ବୌଦ୍ଧ ସଦର ଥାନା ପୋଲିସ ଆଜି ମୁଖ୍ୟ ଅଭିଯୁକ୍ତ ସ୍ୱାଧିନ ପ୍ରଧାନକୁ କୋର୍ଟ ଚାଲାଣ କରିଅଛି l ବୌଦ୍ଧ ଜିଲାର ବଘିଆପଡା ନିକସ୍ଥ ଜଙ୍ଗଲରେ ଲୁଚି ରହିଥିବା ବେଳେ ପୋଲିସ ଧରିଛି ସ୍ୱାଧୀନ ପ୍ରଧାନଙ୍କୁ l ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଚାକିରୀ କରୁଥିବା ସ୍ୱାଧୀନ ଅତି ନୃଶଂସ ଭାବେ ନିଜ ସାଥୀଙ୍କ ସହ ମିଶି ବିରୁପାକ୍ଷ ଅଗ୍ରୱାଲଙ୍କୁ ହତ୍ୟା କରିଥିଲା l ବିଭିନ୍ନ ତଥ୍ୟକୁ ଆଧାର କରି ବିରୁପାକ୍ଷ ଅଗ୍ରୱାଲଙ୍କୁ ହତ୍ୟା ଘଟଣାରେ ଜଡିତ ସମସ୍ତ ଅପରାଧୀମାନଙ୍କୁ ଧରିବାରେ ସଫଳ ହୋଇଛି ପୋଲିସର ସ୍ୱତନ୍ତ୍ର ଟିମ l ବୌଦ୍ଧ ର ଯୁବ ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲାଙ୍କ ନିଖୋଜ ଓ ହତ୍ୟା ମାମଲାରେ ବୌଦ୍ଧ ପୁଲିସ ପୂର୍ବରୁ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି । ଏହି ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱାଧିନ ପ୍ରଧାନଙ୍କୁ ପୁଲିସ ଧରିବାରେ ଆଜି ସଫଳ ହୋଇଛି । ଏହି ହତ୍ୟା ମାମଲାରେ ଗତ ୧୭ ତାରିଖରେ ବୌଦ୍ଧ ଥାନା ଅନ୍ତର୍ଗତ ଇଛାପୁର ଗ୍ରାମର ପଦ୍ମନ ମହାନନ୍ଦିଆ(୨୧),ରାଣୀସାହି ଗ୍ରାମର ପ୍ରମୋଦ କହଁର(୨୫) ଓ ଛତନିଆଁକଟା ଗ୍ରାମର ଅବିନାଶ ସ୍ୱାଇଁ(୨୧) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସ୍ୱାଧିନକୁ ବାଇକରେ ନେଇ ବଘିଆପଡା ଅଂଚଳରେ ଛାଡି ଥିବା ଅଭିଯୋଗରେ ନିଳମ୍ବିତ ହାବିଲଦାର ଦିଗନ୍ତ ପ୍ରଧାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା । ସୂଚନା ମତେ, ଗତ ୧୨ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ସ୍ୱାଧିନ ପ୍ରଧାନ ଓ ତାର ସହଯୋଗୀ ପଦ୍ମନ, ପ୍ରମୋଦ ଓ ଅବିନାଶ ମିଶି ବିରୁପାକ୍ଷଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଦେଇଥିଲେ । ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତମାନଙ୍କ ଦ୍ୱାରା ଚେଷ୍ଟା କରି ତାର ମୁହଁକୁ ଗଭିର ଆଘାତ କରାଯାଇଥିଲା । ବିରୁପାକ୍ଷ ପିନ୍ଧିଥିବା ଡ୍ରେସ ଓ ଅନ୍ୟାନ ସମଗ୍ରୀକୁ ନଦୀରେ ଆଣି ଫିଙ୍ଗିଦେଇଥିଲେ ।ହତ୍ୟାକାଣ୍ଡର ୬ ଦିନରେ ପୁଲିସ ମୃତ ଦେହକୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ପଂଚାୟତର ତନ୍ତଗଡ ଜଙ୍ଗଲରୁ ଠାବ କରିଥିଲା । ପରିବାର ଲୋକଙ୍କୁ ଚିହ୍ନଟ ପାଇଁ ଡାକିଥିଲା । ପରିବାର ଲୋକ ମୃତ ଦେହକୁ ଦେଖି ଚିହ୍ନିଥିଲେ । ଏବଂ ବିରୁପାକ୍ଷଙ୍କ ଡାହାଣ ହାତରେ ବିରୁ ଲେଖାଯାଇଥିବା ଟାଟୁକୁ ଦେଖି ସେମାନେ ନିଶ୍ଚିତ ହୋଇଥିଲେ । ଏହା ବିରୁପାକ୍ଷରୁ ମୃତ ଦେହ ବୋଲି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୂକୁ କାହିଁକି ହତ୍ୟା କରିଥିଲା ସ୍ୱାଧୀନ, ସେନେଇ ସୂଚନା ଦେଇ ସମସ୍ତ ଘଟଣାର ପର୍ଦାଫାଶ କରିଛନ୍ତି ଏସ୍ପି କୁଲଦୀପ ମିନା l ସ୍ୱାଧୀନ ଓ ବିରୁ 13 ବର୍ଷ ଧରି ମିଶୁଥିବା ବେଳେ 3 ବର୍ଷ ହେଲା ମିଶି ବିଭିନ୍ନ ବ୍ୟବସାୟ କରୁଥିଲେ l ବ୍ୟବସାୟରେ ଟଙ୍କା ପଇସା ଦେଣନେଣ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା l 12 ତାରିଖ ଦିନ ବିରୁ କୁ ଟଙ୍କା ଦେବାକୁ କହି ସ୍ୱାଧୀନ ନିଜ ସହିତ ରେଢାଖୋଲ ଥାନା କଦଳୀଗଡ ପଂଚାୟତର ତନ୍ତଗଡ ଜଙ୍ଗଲକୁ ଡାକି ନେଇଥିଲେ l ସେଠାରେ ନିଜ ସାଥୀମାନଙ୍କ ସହ ମିଶି ବିରୁର ହତ୍ୟା କରିଥିବା ନେଇ ଏସ୍ପି ସୂଚନା ଦେଇଛନ୍ତି l ହତ୍ୟାକାଣ୍ଡ ରେ ବ୍ୟବହୃତ ମଟର ସାଇକେଲ, କଥା ଠେଙ୍ଗା ଓ ଅନ୍ୟ ସାମଗ୍ରୀ ସବୁ ଜବତ କରାଜିଥିବା ପ୍ରକାଶ l ସାମ୍ବାଦିକ ସମ୍ମିଳନିରେ ଏସଡିପିଓ ଲରେନ ରାଉତରାୟ, ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande