ବିଧାନସଭାରେ ସମସ୍ତଙ୍କୁ କଥା ଉପସ୍ଥାପନର ସୁଯୋଗ ମିଳୁ- ମନମୋହନ ସାମଲ
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ବିଧାନସଭାରେ ସମସ୍ତଙ୍କୁ କଥା ଉପସ୍ଥାପନର ସୁଯୋଗ ମିଳୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଆମେ ଚାହୁଁଛୁ ବିଧାନସଭା ଚାଲୁ। ସରକାର ବି ବିରୋଧୀ ଦଳଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ
ବିଧାନସଭାରେ ସମସ୍ତଙ୍କୁ କଥା     ଉପସ୍ଥାପନର ସୁଯୋଗ ମିଳୁ- ମନମୋହନ ସାମଲ


ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ବିଧାନସଭାରେ

ସମସ୍ତଙ୍କୁ କଥା ଉପସ୍ଥାପନର ସୁଯୋଗ ମିଳୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ

ସାମଲ । ସେ କହିଛନ୍ତି ଯେ, ଆମେ ଚାହୁଁଛୁ

ବିଧାନସଭା ଚାଲୁ। ସରକାର ବି ବିରୋଧୀ ଦଳଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକରେ ଖୋଲା ମନରେ ଆଲୋଚନା କରିଥିବା ବେଳେ ଆମ ଦଳର ସମସ୍ତ ନେତା

ମଧ୍ୟ ଖୋଲାଖୋଲି ଭାବେ ନିଜ ମତ ରଖିଛନ୍ତି l ଆମର ପ୍ରତିଶ୍ରୁତି ହେଉଛି, ଆମେ ବିଧାନସଭା ଚଳାଇବା ସହ ଗୃହର

ସୁପରିଚାଳନାରେ ସହଯୋଗ କରିବୁ। ବିଧାନସଭା ଚାଲିଲେ ସାଧାରଣ ଲୋକଙ୍କ ସମସ୍ୟା ବିଷୟରେ ଚର୍ଚା

ଆଲୋଚନା ହେଇପାରିବ l ବିରୋଧୀ ଦଳର ବି ଦାୟିତ୍ୱ ରହିଛି, ସାଧାରଣ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଛନ୍ତି, ତାଙ୍କ

କଥା ଉପସ୍ଥାପନ କରିବାର ସୁଯୋଗ ମିଳୁ ବୋଲି ସେ କହିଛନ୍ତିl

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande