
ଭୁବନେଶ୍ୱର, 21 ନଭେମ୍ବର (ହି.ସ.) - ସି.ଭି ରମଣ ଓ ହରେକୃଷ୍ଣ
ମହତାବଙ୍କ ସ୍ମୃତିଚାରଣ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ,, ମହାନ ବୈଜ୍ଞାନିକ, ପଦାର୍ଥ ବିଜ୍ଞାନରେ ଭାରତର ପ୍ରଥମ ନୋବେଲ ବିଜେତା ସି ଭି ରମଣଙ୍କ
ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
ଅନ୍ୟ ଏକ ବାର୍ତ୍ତାରେ ମୁକେଶ
ମହାଲିଙ୍ଗ କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ନବ ଉତ୍କଳର ଅନ୍ୟତମ ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ 'ଉତ୍କଳ କେଶରୀ' ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା