
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ବୁଗୁଡ଼ାସ୍ଥିତ ପବିତ୍ର ଶ୍ରୀ ଶ୍ରୀ ବିରଂଚିନାରାୟଣ ମନ୍ଦିର ପ୍ରାଙ୍ଗଣରେ ନିର୍ମିତ ଏକ ସୁନ୍ଦର ସଂଗ୍ରହାଳୟର ଶୁଭ ଉଦଘାଟନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହି ଅଂଚଳର ବହୁ ପୁରାତନ କାଷ୍ଠ କଳା, ପ୍ରାଚୀନ ଯୁଦ୍ଧ ଅସ୍ତ୍ରଶସ୍ତ୍ର, ଦୁର୍ଲଭ ମୂର୍ତି ଏବଂ ପଥର କଳାକୁ ଏହି ସଂଗ୍ରହାଳୟରେ ଏକତ୍ରିତ କରି ସାଇତି ରଖାଯାଇଛି। ଏହି ସଂଗ୍ରହାଳୟ କେବଳ ଆମ ଅତୀତର ଗୌରବକୁ ଉଜ୍ଜୀବିତ ରଖିବ ନାହିଁ, ବରଂ ଆଗାମୀ ପିଢ଼ିଙ୍କୁ ବୁଗୁଡ଼ାର ସମୃଦ୍ଧ କଳା, ଐତିହ୍ୟ ଓ ପରମ୍ପରା ସହ ପରିଚିତ କରାଇବାରେ ଏକ ପ୍ରମୁଖ ମାଧ୍ୟମ ସାଜିବ ବୋଳି ମନ୍ତ୍ରୀ ଏହି ଅବସରରେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା