ଜୟପୁର ପୌରାଂଚଳସ୍ତରିୟ ପରବ ପାଳନ ନେଇ ପ୍ରସ୍ତୁତି ବୈଠକ
ଜୟପୁର, ୨୧ ନଭେମ୍ବର (ହି.ସ.) - କୋରାପୁଟ ଜିଲା ଜୟପୁର ପୌରାଂଚଳସ୍ତରିୟ ପରବ ନେଇ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ପୌର ସଭାଗୃହ ରେ ଆୟୋଜିତ ବୈଠକରେ ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ଶୁଭ୍ରା ପଣ୍ଡା, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୌର ଉପାଧ୍ୟ
ଜୟପୁର ପୌରାଞ୍ଚଳସ୍ତରିୟ ପରବ  ପାଳନ ନେଇ ପ୍ରସ୍ତୁତି ବୈଠକ


ଜୟପୁର, ୨୧ ନଭେମ୍ବର (ହି.ସ.) - କୋରାପୁଟ ଜିଲା ଜୟପୁର ପୌରାଂଚଳସ୍ତରିୟ ପରବ ନେଇ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜୟପୁର ପୌର ସଭାଗୃହ ରେ ଆୟୋଜିତ ବୈଠକରେ ଜୟପୁର ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ଶୁଭ୍ରା ପଣ୍ଡା, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୌର ଉପାଧ୍ୟକ୍ଷ ବି. ସୁନିତା, ଅତିରିକ୍ତ ପୌର କାଯ୍ୟନିବାହୀ ଅଧିକାରି ପୁଜା ରାଉତ, ଜୟପୁର ବ୍ଲକ ଗୋଷ୍ଠି ଶିକ୍ଷାଧିକାରି ଚନ୍ଦନ କୁମାର ନାୟକ, ସମାଜସେବି ସଞ୍ଜୟ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ୨୮ ତାରିଖରେ ଚଳିତ ବର୍ଷ ମା ଭଗବତୀଙ୍କ ମନ୍ଦିରରେ ପୁଜା ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ଆରମ୍ଭ କରାଯିବ । ଏହି ଶୋଭାଯାତ୍ରା ଜୟପୁର ଦଶହରା ପଡିଆ ଠାରେ ପହଂଚିବ । ଶୋଭାଯାତ୍ରାରେ ନାଚ ଗୀତ ବାଜା ଶୋଭାଯାତ୍ରାରେ ସାମିଲ ହେବ । ସାଇଲୋଡି, ଆଦିବାସୀ ନୃତ୍ୟ, ବିଦ୍ୟାଳୟର ବାଜା, ବିଭିନ୍ନ ସଂଗଠନ କୁ ସାମିଲ କରାଯିବ । ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହେବ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande