ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍
ଜୟପୁର, 21 ନଭେମ୍ବର (ହି.ସ.)ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍ରେଳ ସୁରକ୍ଷା, ଷ୍ଟେସନ ଭିତ୍ତିଭୂମି, ପରିଚାଳନାଗତ ସୁବିଧା ଓ ଚାଲୁଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷାଅମୃତ ଭାରତ ଷ୍ଟେସନ ଯୋଜନା, ଲିମିଟେଡ୍ ହାଇଟ୍ ସବ୍ୱେ ଓ କର୍ମଚାରୀ କଲ୍ୟାଣ ସୁବିଧାର ଅଗ୍ରଗତି ଅନୁଧ୍ୟା
ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍


ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍


ଜୟପୁର, 21 ନଭେମ୍ବର (ହି.ସ.)ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍ରେଳ ସୁରକ୍ଷା, ଷ୍ଟେସନ ଭିତ୍ତିଭୂମି, ପରିଚାଳନାଗତ ସୁବିଧା ଓ ଚାଲୁଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷାଅମୃତ ଭାରତ ଷ୍ଟେସନ ଯୋଜନା, ଲିମିଟେଡ୍ ହାଇଟ୍ ସବ୍ୱେ ଓ କର୍ମଚାରୀ କଲ୍ୟାଣ ସୁବିଧାର ଅଗ୍ରଗତି ଅନୁଧ୍ୟାନ

ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ଅମିତାଭ ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନର ବ୍ୟାପକ ନିରୀକ୍ଷଣ କରି ରେଳ ସୁରକ୍ଷା, ପରିଚାଳନାଗତ ଦକ୍ଷତା, ଷ୍ଟେସନ ଭିତ୍ତିଭୂମି, ଯାତ୍ରୀ ସୁବିଧା, କର୍ମଚାରୀ କଲ୍ୟାଣ ତଥା ବିଭିନ୍ନ ଚାଲୁ ରହିଥିବା ଓ ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିବା ନେଇ ଆଜି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି lଦନ୍ତେୱାଡ଼ା ରେଳ ଷ୍ଟେସନ ପରିଦର୍ଶନ ସମୟରେ ଡିଆରଏମ୍ ଷ୍ଟେସନର ବିଭିନ୍ନ ସୁବିଧା ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ଅବସରରେ ଷ୍ଟେସନ ୱାର୍କିଂ ରୁଲ୍ସ ଏବଂ ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଯାଞ୍ଚ କରିବା ସହ ରେଳ ସେକ୍ସନର ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକର ସମୀକ୍ଷା କରିଥିଲେ।ବିଭିନ୍ନ ସ୍ଥାନରେ ଚାଲୁଥିବା ଲିମିଟେଡ୍ ହାଇଟ୍ ସବ୍ୱେ ଅଥବା ରେଳମାର୍ଗ ତଳେ ଦେଇ ଯାଉଥିବା ଉପମାର୍ଗ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହାର ସମାପ୍ତି ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ।ବୋଡ଼ିଆରପୁର ଠାରେ ନୂତନ ଷ୍ଟେସନ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଡିଆରଏମ୍ ଅନୁଧ୍ୟାନ କରିଥିଲେ। ଏହାପରେ ଟୋକାପାଲ ରେଳବାଇ କଲୋନୀ ପରିଦର୍ଶନ କରି କର୍ମଚାରୀଙ୍କ ଆବାସିକ ସୁବିଧା ଓ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମୀକ୍ଷା କରିଥିଲେ। ଏହି ସମୟରେ ସେ ରେଳ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ନିର୍ମାଣ ସଂଗଠନର ଅଧିକାରୀମାନେ ଏହି ପରିଦର୍ଶନ ସମୟରେ ଡିଆରଏମ୍ଙ୍କ ସହ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ହାସଲ ହୋଇଥିବା ସଫଳତା ଏବଂ ଚାଲୁଥିବା କାର୍ଯ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ସହ ରେଳ ସୁରକ୍ଷା ମାନଦଣ୍ଡ ଓ ନିର୍ଦ୍ଧାରିତ ଗୁଣବତ୍ତା ବଜାୟ ରଖିବାକୁ ଡିଆରଏମ୍ ଗୁରୁତ୍ୱାରୋପ କରିଥିଲେ।ଜଗଦଲପୁର ରେଳ ଷ୍ଟେସନରେ ଶ୍ରୀ ସିଂହଲ ଲବି ଓ ରନିଂ ରୁମ୍ ପରିଦର୍ଶନ କରିବା ସହ ସେଠାରେ ଚାଲୁଥିବା ଏବଂ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶ, ଭିତ୍ତିଭୂମି ଉନ୍ନତିକରଣ ଓ ଯାତ୍ରୀ ସୁବିଧାର ଅଗ୍ରଗତି ମଧ୍ୟ ଅନୁଧ୍ୟାନ କରିଥିଲେ। ବିଶେଷକରି ରେଳ କର୍ମଚାରୀଙ୍କ ପାଇଁ ଉପଲବ୍ଧ ରନିଂ ରୁମ୍ ଓ କ୍ରୁ ଲବିର ସୁବିଧାଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ।ନାଗରନାର ଠାରେ ପ୍ରସ୍ତାବିତ ବ୍ଲକ୍ ଷ୍ଟେସନ ପରିଦର୍ଶନ କରି ଡିଆରଏମ୍ ସେଠାରେ ଚାଲୁଥିବା ସମ୍ପୃକ୍ତ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଥିଲେ।ସେହିପରି ଜୟପୁର ରେଳ ଷ୍ଟେସନ ପରିଦର୍ଶନ କରି ନୂତନ ଯାତ୍ରୀ ସୁବିଧା ଯଥା ଲିଫ୍ଟ, ଫୁଟ୍ ଓଭର ବ୍ରିଜ୍ ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ମଣ୍ଡଳ ରେଳ ପ୍ରବନ୍ଧକ । କୋରାପୁଟ ଷ୍ଟେସନରେ କ୍ରୁ ଲବି ପରିଦର୍ଶନ କରିବା ସହ ବିଭିନ୍ନ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ମଧ୍ୟ କରିଥିଲେ। ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ସମସ୍ତ ସୁବିଧାର ଗୁଣବତ୍ତା ଓ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଗୌରୀ ଶଙ୍କର ରାଓଙ୍କ ସମେତ ରାୟଗଡ଼ା ରେଳମଣ୍ଡଳର ସମସ୍ତ ଶାଖା ଅଧିକାରୀ ଡିଆରଏମଙ୍କ ସହ ଉପସ୍ଥିତ ଥିଲେ।ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରେଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି, ଯାତ୍ରୀ ସୁବିଧାର ଉନ୍ନତିକରଣ, କର୍ମଚାରୀ କଲ୍ୟାଣ ସୁବିଧାର ବିକାଶ, କର୍ମଚାରୀଙ୍କ ସମସ୍ୟାର ସମାଧାନ ଏବଂ ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନରେ ବିଭିନ୍ନ ଭିତ୍ତିଭୂମି ବିକାଶ ପ୍ରକଳ୍ପର ସମୟୋଚିତ ସମାପ୍ତି ସୁନିଶ୍ଚିତ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande