ଆଜିବି ଅବହେଳିତ ଶହୀଦ ଲଷ୍ମଣ ନାୟକଙ୍କ ଜନ୍ମ ମାଟି   ତେନ୍ତୁଳିଗୁମ୍ମା
ଜୟପୁର , 21 ନଭେମ୍ବର (ହି.ସ.)ଆଜି ହେଉଛି ଶହୀଦ ଲକ୍ଷ୍ମଣ ନାୟକଙ୍କ 128 ତମ ଜୟନ୍ତୀ l ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ସହ ସମସ୍ତ ଅନୁଷ୍ଠାନ ତରଫରୁ ପ୍ରସ୍ତୁତି ଚଲାଇଛନ୍ତି l କିନ୍ତୁ ତାଙ୍କ ଜନ୍ମ ମାଟି ଆଜି ବି ଅବହେଳିତ ଅଛି l ବଦଳୁଛି ସରକାର, ବଦଳ
ଆଜିବି ଅବହେଳିତ ଶହୀଦ ଲଷ୍ମଣ ନାୟକଙ୍କ ଜନ୍ମ ମାଟି   ତେନ୍ତୁଳିଗୁମ୍ମା,


ଜୟପୁର , 21 ନଭେମ୍ବର (ହି.ସ.)ଆଜି ହେଉଛି ଶହୀଦ ଲକ୍ଷ୍ମଣ ନାୟକଙ୍କ 128 ତମ ଜୟନ୍ତୀ l ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ସହ ସମସ୍ତ ଅନୁଷ୍ଠାନ ତରଫରୁ ପ୍ରସ୍ତୁତି ଚଲାଇଛନ୍ତି l କିନ୍ତୁ ତାଙ୍କ ଜନ୍ମ ମାଟି ଆଜି ବି ଅବହେଳିତ ଅଛି l ବଦଳୁଛି ସରକାର, ବଦଳୁଛନ୍ତି ଅଧିକାରୀ, କିନ୍ତୁ ବଦଳୁ ନାହିଁ ଶହୀଦ ମାଟିର ମୌଳିକ ସମସ୍ୟା l , ଦେଶ ସ୍ୱାଧୀନତା ପାଇଁ ଶହୀଦ ହୋଇଥିବା ମହାନ ବୀର ଶହୀଦ ଲଷ୍ମଣ ନାୟକଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମା କଥା l ଏହି ଗାଁର ବିକାଶ ଚିତ୍ର ଆଜି ଅନେକ ପ୍ରଶ୍ନ ସୃଷ୍ଟି କରୁଛି।

ଆଜି ନଭେମ୍ବର 22 ତାରିଖ, ଆଜିର ଦିନରେ ଆଦିବାସୀ ସମାଜର ମଉଡମଣି ତଥା ଅଭିଭକ୍ତ କୋରାପୁଟ ଜିଲ୍ଲା ର ଗାନ୍ଧୀ ଭାବେ ପରିଚିତ ଶହୀଦ ଲଷ୍ମଣ ନାୟକ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗାଁ ରେ ଜନ୍ମ ଗ୍ରହଣ କରିଥିଲେ l ଯୁବକ ସମୟରେ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ପ୍ରବର୍ତ୍ତିତ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ତାକୁ ସାଫଲ୍ୟମଣ୍ଡିତ କରିବାପାଇଁ ସେ ବଜ୍ର ଶପଥ ନେଇଥିଲେ l ଶେଷରେ ସେ ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲି ପଡିଥିଲେ l ଦେଶ ଆଜି ଶହୀଦଙ୍କୁ ମନେ ପକାଉଛି l କିନ୍ତୁ ଏହି ଶହୀଦ ମାଟି ରେ ମୌଳିକ ସମସ୍ୟା ସମାଧାନ ହେଉନାହିଁ l ପ୍ରତିବର୍ଷ ଏହି ଦିବସରେ ଗାଁ ଲୋକଙ୍କୁ ମିଳୁଛି ମାଳ ମାଳ ପ୍ରତିଶ୍ରୁତି l କିନ୍ତୁ ଆଜି ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି ଶହୀଦ ଗାଁର ଲୋକେ। ସାବେରୀ ନଦୀ ଆରୋପଟେ ଥିବା ସାତ ଖଣ୍ଡ ଗାଁ ରେ ରାସ୍ତା, ପାଣି, ବିଜୁଳି ଭଳି ମୌଳିକ ସୁବିଧା ନାହିଁ l

ନୂଆ ସରକାର ଆସିଲେ ବିକାଶର ନୂଆ ସ୍ୱପ୍ନ ଦେଖାଯାଏ, ନୂଆ ଯୋଜନା ଘୋଷଣା ହୁଏ, ଲୋକଙ୍କ ମନରେ ଜାଗେ ଅନେକ ଆଶା ଓ ଆକାଂକ୍ଷା। କିନ୍ତୁ ଏତେସବୁ ପରିବର୍ତ୍ତନ ମଧ୍ୟରେ ବଦଳୁନାହିଁ ଶହୀଦ ମାଟି ତେନ୍ତୁଳିଗୁମ୍ମାର ସମସ୍ୟା। ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନରେ ଆଜିବି ମୌଳିକ ସୁବିଧା ପହଂଚି ନାହିଁ l ସାବେରୀ ନଦୀ ଆରୋପଟେ ଥିବା ସାତ ଖଣ୍ଡ ଗାଁ ଲୋକେ ନୀତି ସଙ୍ଘର୍ଷ କରୁଛନ୍ତି l ଏନେଇ ଖବର ତ ପ୍ରସାରଣ ହେଉଛି କିନ୍ତୁ କୌଣସି ସୁଫଳ ଗାଁ ଲୋକଙ୍କୁ ମିଳୁନି l ଏଠାରେ ଭରା ନଈ ପାର ହେବା ପାଇଁ ଦେଶୀ ଡ଼ଙ୍ଗା ଏକ ମାତ୍ର ଭରସା l ଜୀବନଙ୍କୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଡ଼ଙ୍ଗା ରେ ନଦୀ ପାର ହେଉଛନ୍ତି l ଏ ଦେଖନ୍ତୁ କିଭଳି ଭଙ୍ଗା ଡ଼ଙ୍ଗାରେ ପାଣି ଭରିଯାଉଛି, ଆଉ ସେ ପାଣି ବାହାର କରି ନଦୀ ପାର ହେବାକୁ ପଡୁଛି l ବିଶେଷ କରି ନଦୀ ଆରୋପଟେ ଥିବା ସାତ ଖଣ୍ଡ ଗାଁ ଯଥା ଭେଜିନିଗୁଡା, ମାଛlଗୁଡା,ମାଟିଗୁଡା କଣ୍ଟାବାଉଁସିଆଗୁଡା, ମାଙ୍କଡପାଣି, ମଧୁପୁର ଆଦି ଗାଁ ରେ ମୌଳିକ ସୁବିଧା ପହଂଚି ନାହିଁ l ଯିବା ପାଇଁ ନିତିଦିନିଆ ରାସ୍ତା ଖଣ୍ଡିଏ ନାହିଁ l ପିଇବା ପାଇଁ ପାଣି ନାହିଁ l ନଳକୂପ ଅଛି କିନ୍ତୁ ପାଣି ବାହାରୁନି l ସୋଲାର ପାଣି ପମ୍ପ ଅଛି କିନ୍ତୁ ଆରମ୍ଭରୁ ଅଚଳ l ବାଧ୍ୟ ହୋଇ ମହିଳା ମାନେ ନଦୀ ପାଣି ଉପରେ ଭରସା କରନ୍ତି l ଆଉ ସଞ୍ଜ ହେଲେ ମାଡ଼ି ଆସେ ଅନ୍ଧାର l କାରଣ ଏଠାରେ ବିଦ୍ୟୁତ ସଂଯୋଗ ହୋଇନାହିଁ l ପ୍ରଶାସନ ତରଫରୁ ଦିଆଯାଇଛି ସୋଲାର କିନ୍ତୁ ସେ ସବୁ କାମରେ ଆସୁନି l ଡିବିରୀ ଆଲୁଅରେ ବିତିଯାଏ ଜୀବନ l ତେନ୍ତୁଳିଗୁମ୍ମାରେ ଶିକ୍ଷା ବ୍ୟବସ୍ଥା ବି ଦୟନୀୟ l ଏହି ପଂଚାୟତରେ ହାଇସ୍କୁଲ ବ୍ୟବସ୍ଥା ନାହିଁ l ଅଷ୍ଟମ ଶ୍ରେଣୀ ସରିବା ପରେ ପିଲା ପାଠ ଛାଡ଼ୁଛନ୍ତି l ଯାହାକି ଡ୍ରପଆଉଟ ସଂଖ୍ୟା ଵଢୁଛି l ସେହିପରି ସ୍ୱାସ୍ଥ୍ୟ ସମସ୍ୟା ନକହିବା ଭଲ ବୋଲି କହିଛନ୍ତି ଭେଜିନିଗୁଡା ଗାଁ ର ଶୂକ୍ରା ଭୂମିଆ,ୱାର୍ଡମେମ୍ବର କାଶୀନାଥ ଚଲାଣ ଏବଂ ଶହୀଦଙ୍କ ଦାୟାଦ ମାଧବ ନାୟକ l

ଶହୀଦ ମାଟିର ବିକାଶ ହେବ ଏହି ଆଶା ନେଇ ତତ୍କାଳୀନ ସରକାର ସାବେରୀ ନଦୀ ଉପରେ ବିଜୁସେତୁ ଯୋଜନାରେ ଗତ 2021 ମସିହାରେ ପୋଲ କାମ ଆରମ୍ଭ ହେଲା l କିନ୍ତୁ ପାଞ୍ଚ ବର୍ଷ ବିତିଲା ତଥାପି ପୋଲ କାମ ସରିଲା ନାହିଁ l ତେନ୍ତୁଳିଗୁମ୍ମା ଗାଁ କୁ ବ୍ଲକ ସଦର ମହକୁମା ବୈପାରୀଗୁଡା ସହ ସଂଯୋଗ ହୋଇପାରୁନି l ମନ୍ଥର ଗତିରେ ଚାଲିଛି ପୋଲ ନିର୍ମାଣ କାର୍ଯ୍ୟ l ଅର୍ଦ୍ଧ ନିର୍ମିତ ପୋଲ ତେନ୍ତୁଳିଗୁମ୍ମାର ବିକାଶରେ ବାଧା ସୃଷ୍ଟି କରୁଛି l ଏ ନେଇ ହନ୍ତସନ୍ତ ହେଉଛନ୍ତି ଅଂଚଳ ବାସି l ଅତି ଶୀଘ୍ର ପୋଲ ନିର୍ମାଣ ଶେଷ ପାଇଁ ଦାବୀ କରିଛନ୍ତି ସ୍ଥାନୀୟ ସରପଞ୍ଚ ମନ୍ମତି ନାୟକ ଏବଂ ଶହୀଦ ଲଷ୍ମଣ ନାୟକ ଯୁବସେନା ସଦସ୍ୟ କାମାକ୍ଷା ପ୍ରସାଦ ମାଝୀ, ଅଭିମନ୍ୟୁ ରୋଗଡି, ବଂଶୀ ଧର ପୂଜାରୀ, ଭୀମସେନ ହରିଜନ, ଧନପତି ନାୟକ, ସନୁ ତେନ୍ତୁଳିପଡ଼ିଆ, ଏନ ସନ୍ତୋଷ l

ସେପଟେ କୋରାପୁଟ ଜିଲ୍ଲାପାଳ ମୋନଜ ସତ୍ୟବାନ ମହାଜାନ କହିଛନ୍ତି, ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ଉନ୍ନତି ପାଇଁ ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ, ଏଥିପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠତ ହୋଇଯାଇଛି, ମାର୍ଚ୍ଚ ସୁଦ୍ଧା ପୋଲ କାମ ସରିବ ଆଉ ଲୋକ ସମସ୍ୟା ସମାଧାନ ହେବ l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande