
ଧମର୍ଶାଳା, ୨୧ନଭେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୁଲ୍ୟରେ ଚାଲିଥିବା ୧୧ତମ ସର୍ବଭାରତୀୟ ସିକୁ କପ କ୍ରିକେଟ ଟୁର୍ଣ୍ଣାମେଂଟର ଆଜି କ୍ୱାଟର ଫାଇନାଲ ମ୍ୟାଚରେ ବିହାର ଟିମକୁ ପରାସ୍ତ କରି କେନ୍ଦୁଝର ଟିମ ସେମି ଫାଇନାଲରେ ପ୍ରବେଶ କରିଛି । ତେବେ ବାତ୍ୟା ଆକଭାନ ପ୍ରଭାବରେ ବର୍ଷା ଲାଗି ରହିବାରୁ ୧୯ ଓ ୨୦ ତାରିଖ ଦୁଇ ଦିନ ପାଇଁ ଖେଳବନ୍ଦ ରହିଥିଲା । ଆଜି ପାଗରେ ପରିବର୍ତନ ଆସିବା ଯୋଗୁଁ ମ୍ୟାଚ ଅନୁଷ୍ଠିତ କରିବାକୁ କମିଟି ପକ୍ଷରୁ ନିଷ୍ପତି ନିଆଯାଇଥିଲା । ତେବେ ୩୦ ଓଭରର ପରିବର୍ତେ ମ୍ୟଚକୁ ୧୮ ଓଭର କରାଯାଇ ଦିନ ୨ଟାରେ ଆରମ୍ଭ କରାଯାଇଥିଲା । ଆଜିର ସେମିଫାଇନାଲ ମ୍ୟାଚ ବିର୍ଦଭ ଟି୨୦ କ୍ରିକେଟ ଆସୋସିଏସନ ମାହାରାଷ୍ଟ୍ର ଓ ରାମେଶ୍ୱର ଫାଇଟର୍ସ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କେନ୍ଦୁଝର ଟିମ ୪ଉଇକେଟରେ ବିହାର ଟିମକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ତେବେ କେନ୍ଦୁଝର ଟିମ ପଛରେ ବ୍ୟାଟିଂ କରୁଥିବା ବେଳେ ଲାଇଟ ଅଭାବ ଯୋଗୁଁ ଖେଳ କିଛି ସମୟ ପାଇଁ ବନ୍ଦ ରହିଥିଲା । ପରେ କମିଟି ଓ ଖେଳାଳୀମାନଙ୍କ ସହ ଆଲୋଚନା ହେବା ପରେ ଫ୍ରଡ ଲାଇଟରେ କେନ୍ଦୁଝର ଟିମ ଖେଳିଥିଲା । ଏହି ମ୍ୟାଚରେ ବିହାର ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୭ ଉଇକେଟ ହରାଇ ୧୨୬ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅମିତ ଜାଦବ ୫୬ ରନ ଓ ଦିନେଶ କୁମାର ୩୧ ରନ ସଂଗ୍ରହ କରିଥିଲେ । ବିପକ୍ଷ କେନ୍ଦୁଝର ଟିମର ଅମର ଚୌଧୁରୀ ଓ ମନିଶ ସରୱାଲ ୨ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଜବାବରେ କେନ୍ଦୁଝର ଟିମ ବ୍ୟାଟିଂ କରି ୧୫.୫ ଓଭରରେ ୬ ଉଇକେଟ ହରାଇ ଆବଶ୍ୟକ ୧୨୯ ରନ ସଂଗ୍ରହ କରି ବିଜୟୀ ହୋଇଛି । ଦଳ ପକ୍ଷରୁ ଅଭିଶେକ ପାଠକ ୩୩ ରନ, କୈଫ ଅହେମଦ ୩୩ ରନ ଓ ଦିପକ ପୁନିଆ ୩୧ ରନ ସଂଗ୍ରହ କରିଥିଲେ । ବିପକ୍ଷ ବିହାର ଟିମର ଇମତେୟାଜ ଖାନ ୩ଟି ଓ ଦିନେଶ କୁମାର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ । ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ କେନ୍ଦୁଝର ଟିମର ଦୀପକ ପୁନିଆଙ୍କୁ ଘୋଷଣା କରାଯାଇଥିବା ବେଳେ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା ଓ ଶିବୁଲି ଧିର ଅତିଥି ଭାବେ ଯୋଗଦେଇ ତାଙ୍କୁ ପୁରସ୍କୃତ କରିଥିଲେ । ଆଜିର ମ୍ୟାଚକୁ ଆସୁତୋଷ ପାଣି ଓ ଦୀଲିପ ସାମଲ ପରିଚାଳନା କରିଥିଲେ । ବିକାଶ ଧଳ ଓ ଯଜାତୀ ସାମଲ ସ୍କୋରରେ ସହାୟତା କରିଥିଲେ । ଆସନ୍ତା କାଲି ରବିବାର ଦ୍ୱିତୀୟ ସେମିଫାଇନାଲ ପାଇନାଲ ମ୍ୟାଚ କେଫ ଏକାଡେମୀ ବିହାର ଓ ଆଜିର ବିଜେତା ରାମେଶ୍ୱର ଫାଇଟର୍ସ କେନ୍ଦୁଝର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସଂଯୋଜକ ଦେବରାଜ ମିଶ୍ର ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଂଟକୁ ରାଜେଶ ପାଳ, ସୁବ୍ରତ ଜେନା,ରଂଜନ କୁମାର ରାୟ,ମକରଧ୍ୱଜ ଦାସ,ବିନୋଦ ବାରିକ, ଦିଲକ ଜେନା, ଶିବସୁନ୍ଦର ଦାସ ,ଜଗନ୍ନାଥ ଦାଶ, ମାନସ ମହାନ୍ତି,ତପନ ରାଉତ,ପରମେଶ୍ୱର ସାମଲ, ର୍ପଶୁରାମ ମହାନ୍ତି ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ । ଏହି ଖେଳକୁ ଉପଭୋଗ କରିବା ପାଇଁ ପଡିଆର ଚାରିପଟେ ହଜାର ହଜାର ସଂଖ୍ୟାରେ ର୍ଦଶକଙ୍କ ଭିଡ ଲାଗିିଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ