ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ବିୟୋଗରେ କିଶୋର ଚନ୍ଦ୍ର ଡିଗ୍ରୀ କଲେଜର ଶୋକସଭା
ଜୟପୁର, ୨୧ ନଭେମ୍ବର (ହି.ସ.) କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଞ୍ଚାୟତ ସମିତି ଅନ୍ତର୍ଗତ ତରାଭଟ୍ଟାସ୍ଥିତ କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟରେ ଆଜି କଲେଜ ସଭାପତି ତଥା ନାରିଗାଁର ବର୍ଷୀୟାନ ରାଜନେତା ଓ ସମାଜସେବୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍
ସଭାପତି ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ବିୟୋଗରେ ଶୋକ ସଭା ପାଳିତ


ଜୟପୁର, ୨୧ ନଭେମ୍ବର (ହି.ସ.) କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଞ୍ଚାୟତ ସମିତି ଅନ୍ତର୍ଗତ ତରାଭଟ୍ଟାସ୍ଥିତ କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟରେ ଆଜି କଲେଜ ସଭାପତି ତଥା ନାରିଗାଁର ବର୍ଷୀୟାନ ରାଜନେତା ଓ ସମାଜସେବୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

କଲେଜ ଅଧ୍ୟକ୍ଷ ବିଜୟ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ, କମିଟି ସଦସ୍ୟ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।

ଏହି ଅବସରରେ ଅଧ୍ୟାପକ ସରୋଜ କୁମାର ପ୍ରହରାଜ ଶ୍ରୀ ମିଶ୍ରଙ୍କ ବହୁମୁଖୀ ପ୍ରତିଭା, ସମାଜ ପ୍ରତି ତାଙ୍କର ଅବଦାନ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। କଲେଜ କୋଷାଧ୍ୟକ୍ଷ ଅଖିଳ ଚନ୍ଦ୍ର ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଇଥିଲେ।

ଉପସ୍ଥିତ କର୍ମଚାରୀ ଓ ଛାତ୍ରଛାତ୍ରୀ ଶ୍ରୀ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଶୋକସଭାରେ ଅଧ୍ୟାପକ ନରହରି ହରିଜନ, ଅଧ୍ୟାପିକା ତପସ୍ୱିନୀ ସାହୁ, ସଞ୍ଜୟ ମିଶ୍ର, ସଂଗ୍ରାମ ପଣ୍ଡା, ସୁଶାନ୍ତ ଦୋରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande