ବିଜେପିର ବରିଷ୍ଠ ନେତା ସୁରେନ୍ଦ୍ର ନାଥ ଜେନାଙ୍କ ଦେହାନ୍ତରେ ରାଜ୍ୟ ବିଜେପିର ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ବିଜେପିର ବରିଷ୍ଠ ନେତା ସୁରେନ୍ଦ୍ର ନାଥ ଜେନାଙ୍କ ଦେହାନ୍ତରେ ରାଜ୍ୟ ବିଜେପି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁରେନ୍ଦ୍ର ନାଥ ଜେନାଙ୍କ ଶେଷ ଦର୍ଶନ ସହ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଜ୍ଞା
ବିଜେପିର ବରିଷ୍ଠ ନେତା     ସୁରେନ୍ଦ୍ର ନାଥ ଜେନାଙ୍କ ଦେହାନ୍ତରେ ରାଜ୍ୟ ବିଜେପିର ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର, 21 ନଭେମ୍ବର (ହି.ସ.)- ବିଜେପିର

ବରିଷ୍ଠ ନେତା ସୁରେନ୍ଦ୍ର ନାଥ ଜେନାଙ୍କ ଦେହାନ୍ତରେ ରାଜ୍ୟ ବିଜେପି ଶ୍ରଦ୍ଧାଞ୍ଜଳି ସଭା

ଆୟୋଜନ କରିଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସୁରେନ୍ଦ୍ର ନାଥ ଜେନାଙ୍କ ଶେଷ ଦର୍ଶନ ସହ

ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ରାଜ୍ୟ ସଭାପତିଙ୍କ ସହ ଦଳର ବରିଷ୍ଠ

ନେତୃତ୍ୱ, ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି,

ବିଧାୟକ ଓ ସାଂସଦ ମାନେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ଅବିଭକ୍ତ ପୁରୀ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କୃଷକ ମୋର୍ଚ୍ଚାର

ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେନ୍ଦ୍ର ଜେନାଙ୍କର ଗତ କାଲି ଦେହାନ୍ତ ହୋଇଥିଲା। ନିଶା

ନିବାରଣ ଉପରେ କାର୍ଯ୍ୟ କରୁଥିଲେ , ବିଜେପି ପାଇଁ ସବୁ ସମୟ ଦେଇଥିବା

ନେତାକୁ ହରେଇବା ବିଜେପି ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି

ମୋନମୋହନ ସାମଲ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande