ଦାଦା ବଟି ଆଦାୟ ଅଭିଯୋଗରେ ୩ ଗିରଫ
ଜୟପୁର, ୨୧ ନଭେମ୍ବର (ହି.ସ.) - ଦାଦାବଟି ଆଦାୟ ଅଭିଯୋଗରେ ୩ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ନୁଆଁ ସାହି ୪ର୍ଥ ଲାଇନ ସମିର ନାଗ (୨୨) ସୁଜିତ କୁମାର ହିଆଲ (୨୧) ପୁରୁଣା ମାଛ ବଜାର ରାସ୍ତାର ଅଭିଷେକ ସାହୁ (୨୩) । ପୋଲିସ ସୁଚନା ଅନୁଯାଇ ନୁଆଁ ସାହି ୪ର
ଦାଦା ବଟି ଆଦାୟ  ଅଭିଯୋଗରେ ୩  ଗିରଫ


ଜୟପୁର, ୨୧ ନଭେମ୍ବର (ହି.ସ.) - ଦାଦାବଟି ଆଦାୟ ଅଭିଯୋଗରେ ୩ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ନୁଆଁ ସାହି ୪ର୍ଥ ଲାଇନ ସମିର ନାଗ (୨୨) ସୁଜିତ କୁମାର ହିଆଲ (୨୧) ପୁରୁଣା ମାଛ ବଜାର ରାସ୍ତାର ଅଭିଷେକ ସାହୁ (୨୩) । ପୋଲିସ ସୁଚନା ଅନୁଯାଇ ନୁଆଁ ସାହି ୪ର୍ଥ ଲାଇନ ସମିର ନାଗ (୨୨) ସୁଜିତ କୁମାର ହିଆଲ (୨୧) ମାନେ ମୁଖ୍ୟ ରାସ୍ତାରେ ଅଟୋ ଚାଳକ ମାନଙ୍କୁ ପ୍ରତ୍ୟେକ ଦିନ ୫୦ ଟଙ୍କା ଲେଖାଏ ବଟି ଦେବାକୁ ଛୁରି ଦେଖାଇ ଦମକ ଦେଉଥିଲେ । ଏମିତି ଧମକ ରେ ଭୟଭୀତ ହୋଇ ୧୧ ଜଣ ଅଟୋଳ ଚାଳକ ୫୦ ଟଙ୍କା ଦେଖାଏ ଦେଇଥିବା ବେଳେ ଅନ୍ୟ ଏକ ଅଟୋ ଚାଳକପ ୫ ଶହ ଟଙ୍କା ଦାବି କରି ନେଇଥିଲେ । ଏନେଇ ଜୟପୁର ଟାଉନ ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ଠାରୁ ଛୁରି ଓ ୫ ହଜାର ଟଙ୍କା ଜବତ କରିଛି । ୩ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande