ବାରାଣସୀରେ କାଶୀ-ତାମିଲ ସଙ୍ଗମ 5.0 ର ଉଦଘାଟନ କଲେ ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ
କାଶୀ ଓ ତାମିଲନାଡୁ ମଧ୍ୟରେ ଶତାବ୍ଦୀ ପୁରୁଣା ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷାଗତ ସମ୍ପର୍କ ହେବ ଆହୁରି ସୁଦୃଢ଼ - ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବାରାଣସୀ, ୨୮ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଶନ
उपराष्ट्रपति सीपी राधाकृष्णन काशी-तमिल संगमम 5.0 का उद्घाटन करते हुए


उपराष्ट्रपति सीपी राधाकृष्णन काशी-तमिल संगमम 5.0 का उद्घाटन करते हुए


- କାଶୀ ଓ ତାମିଲନାଡୁ ମଧ୍ୟରେ ଶତାବ୍ଦୀ ପୁରୁଣା ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷାଗତ ସମ୍ପର୍କ ହେବ ଆହୁରି ସୁଦୃଢ଼

- ଉପସ୍ଥିତ ରହିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ବାରାଣସୀ, ୨୮ ନଭେମ୍ବର (ହି.ସ.)। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଶନିବାର ବାରାଣସୀର ନମୋ ଘାଟରେ କାଶୀ-ତାମିଲ ସଙ୍ଗମମ୍ର ପଞ୍ଚମ ସଂସ୍କରଣର ଉଦ୍ଘାଟନ କରିଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଡିଜିଟାଲ ବଟନ୍ ଦବାଇ ସେ ଏହି ସମାରୋହର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ତାମିଲନାଡୁରୁ ଆସିଥିବା ୨୫୦ ଜଣ ଛାତ୍ରଛାତ୍ରୀଙ୍କ ଏକ ଦଳ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଉଦ୍ଘାଟନୀ ସମାରୋହରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉପରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ଗୋଲାପୀ ମୀନାକାରୀରେ ନିର୍ମିତ ମୟୂରର ଏକ ସ୍ମାରକୀ ଚିହ୍ନ ଉପହାର ଦେଇ ସମ୍ମାନିତ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ତାମିଲନାଡୁରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ।

କାଶୀ ଓ ତାମିଲନାଡୁ ମଧ୍ୟରେ ଶତାବ୍ଦୀ ପୁରୁଣା ସାଂସ୍କୃତିକ, ଆଧ୍ୟାତ୍ମିକ ଓ ଶିକ୍ଷାଗତ ସମ୍ପର୍କକୁ ଆହୁରି ନିବିଡ଼ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସଙ୍ଗମମ୍କୁ ନେଇ ନମୋ ଘାଟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ନଭେମ୍ବର ୨୮ରୁ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଆୟୋଜନରେ ତାମିଲନାଡୁରୁ ସାତଟି ଭିନ୍ନ ଭିନ୍ନ ଦଳରେ ମୋଟ ୧,୭୫୦ ଜଣ ପ୍ରତିନିଧି ବାରାଣସୀରେ ପହଞ୍ଚିବେ।

ଚଳିତ ବର୍ଷ କାଶୀ-ତାମିଲ ସଙ୍ଗମମ୍ର ବିଷୟବସ୍ତୁ ମହାନ ତାମିଲ କବି ଓ ଦାର୍ଶନିକ ତିରୁବଲ୍ଲୁଭରଙ୍କ କାଳଜୟୀ ରଚନା ‘ତିରୁକ୍କୁରଳ’ ଉପରେ ଆଧାରିତ। ଏହି ଆୟୋଜନ ମାଧ୍ୟମରେ ଦେଶର ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ତାମିଲ ଭାଷା, ସାହିତ୍ୟ ଏବଂ ତିରୁକ୍କୁରଳରେ ନିହିତ ନୈତିକତା ଓ ଜୀବନମୂଲ୍ୟ ସମ୍ପର୍କରେ ପରିଚିତ କରାଇବାକୁ ଉଦ୍ୟମ କରାଯିବ।

ଉଲ୍ଲେଖନୀୟ ଯେ, ତିରୁବଲ୍ଲୁଭରଙ୍କ ରଚିତ ତିରୁକ୍କୁରଳରେ ମୋଟ ୧,୩୩୦ଟି ଦୋହା ରହିଛି। ଏହି ମହାନ ଗ୍ରନ୍ଥରେ ନୈତିକତା, ସଦାଚାର, ମାନବୀୟ ବ୍ୟବହାର, ସାମାଜିକ ଜୀବନ ଓ ଜୀବନମୂଲ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି। କାଶୀ-ତାମିଲ ସଙ୍ଗମମ୍ ମାଧ୍ୟମରେ ଏହି ବିଚାରଧାରାକୁ ନୂଆ ପିଢ଼ି ପାଖରେ ପହଞ୍ଚାଇବା ସହ ଦେଶର ବିଭିନ୍ନ ଭାଷା ଓ ସଂସ୍କୃତି ମଧ୍ୟରେ ଭାବ ବିନିମୟ ଏବଂ ପାରସ୍ପରିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରାଯାଉଛି।

କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସୂଚନା ଅନୁଯାୟୀ, ଏହି ଉଦ୍ଦେଶ୍ୟରେ ଦେଶର ୧,୩୮୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ‘ତିରୁକ୍କୁରଳ ଅଭ୍ୟାସ’ ନାମରେ ଏକ ପ୍ରତିଯୋଗିତା ଆରମ୍ଭ କରାଯାଇଛି। ଏଥିରେ ଉତ୍କୃଷ୍ଟ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ଇଣ୍ଟର୍ନସିପ୍ ପ୍ରଦାନ କରାଯିବ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ଜଣେ ଛାତ୍ରଙ୍କୁ ଚୟନ କରାଯିବ। ସେ ନିଜ ଶିକ୍ଷାନୁଷ୍ଠାନର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ତିରୁକ୍କୁରଳର ସାହିତ୍ୟିକ ଓ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ଅବଗତ କରାଇବେ।

ସଙ୍ଗମମ୍ ଅଧୀନରେ ତାମିଲନାଡୁରୁ ୫୦ ଜଣ ଶିକ୍ଷକଙ୍କ ଏକ ଦଳ ମଧ୍ୟ ବାରାଣସୀ, ପ୍ରୟାଗରାଜ ଓ ଅଯୋଧ୍ୟାର ବିଭିନ୍ନ ସ୍କୁଲ ଓ କଲେଜ ପରିଦର୍ଶନ କରିବେ। ଏହି ଅବସରରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ତାମିଲ ଭାଷା, ସାହିତ୍ୟ ଓ ପ୍ରାଚୀନ ଗ୍ରନ୍ଥ ତିରୁକ୍କୁରଳ ସମ୍ପର୍କରେ ସୂଚନା ଦେବେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande