ବିଜାପୁରରେ ନକ୍ସଲ ଡମ୍ପରୁ ୩.୮୪ କିଲୋଗ୍ରାମ ସୁନା ଓ ୨୪.୨୨ ଲକ୍ଷ ଟଙ୍କା ନଗଦ ଜବତ
ବିଜାପୁର, ୨୮ ନଭେମ୍ବର (ହି.ସ.)- ଛତିଶଗଡ଼ର ବିଜାପୁର ଜିଲ୍ଲାର ଭୈରମଗଡ଼ ଥାନା ଅଂଚଳରେ ଇନ୍ଦ୍ରାବତୀ ନଦୀ ନିକଟବର୍ତୀ ଜଙ୍ଗଲରୁ ସୁରକ୍ଷା ବାହିନୀ ମାଟି ତଳେ ଲୁଚାଇ ରଖାଯାଇଥିବା ନକ୍ସଲ ଡମ୍ପ ଜବତ କରିଛି। ଏଥିରୁ ୩.୮୪ କିଲୋଗ୍ରାମ ସୁନା ଏବଂ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ମିଳିଛି। ଜବତ ସୁନାର ଆ
बीजापुर में नक्सली डंप से 3.84 किलो सोना एवं 24.22 लाख रुपये बरामद


ବିଜାପୁର, ୨୮ ନଭେମ୍ବର (ହି.ସ.)- ଛତିଶଗଡ଼ର ବିଜାପୁର ଜିଲ୍ଲାର ଭୈରମଗଡ଼ ଥାନା ଅଂଚଳରେ ଇନ୍ଦ୍ରାବତୀ ନଦୀ ନିକଟବର୍ତୀ ଜଙ୍ଗଲରୁ ସୁରକ୍ଷା ବାହିନୀ ମାଟି ତଳେ ଲୁଚାଇ ରଖାଯାଇଥିବା ନକ୍ସଲ ଡମ୍ପ ଜବତ କରିଛି। ଏଥିରୁ ୩.୮୪ କିଲୋଗ୍ରାମ ସୁନା ଏବଂ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ମିଳିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୪ କୋଟି ୨୯ ଲକ୍ଷ ଟଙ୍କା ବୋଲି କୁହାଯାଇଛି।

ବିଜାପୁର ପୁଲିସ ଅନୁଯାୟୀ, ଶନିବାର ଭୈରମଗଡ଼ ଥାନା ଅଂଚଳରେ ଇନ୍ଦ୍ରାବତୀ ନଦୀ ନିକଟବର୍ତୀ ଜଙ୍ଗଲରେ ମାଟି ତଳେ ନକ୍ସଲ ଡମ୍ପ ଲୁଚାଇ ରଖାଯାଇଥିବା ସୂଚନା ମିଳିଥିଲା। ଏହା ଆଧାରରେ ବିଜାପୁରର ପୁଲିସ ଅଧୀକ୍ଷକ ଉମେଶ ପ୍ରସାଦ ଗୁପ୍ତାଙ୍କ ମାର୍ଗଦର୍ଶନ ଏବଂ ଅତିରିକ୍ତ ପୁଲିସ ଅଧୀକ୍ଷକ (ଅପରେସନ୍ସ) ରବୀନ୍ଦ୍ର କୁମାର ମୀଣାଙ୍କ ନେତୃତ୍ୱରେ ଡିଆରଜି, ଭୈରମଗଡ଼ ଥାନା ପୁଲିସ ଏବଂ ବିଡିଏସ୍ର ମିଳିତ ଟିମ୍ ତଲାସୀ ଅଭିଯାନ ଚଳାଇଥିଲା।

ଭୈରମଗଡ଼ ଥାନାଠାରୁ ପ୍ରାୟ ୮ରୁ ୧୦ କିଲୋମିଟର ଦୂରରେ ଇନ୍ଦ୍ରାବତୀ ନଦୀ ନିକଟରେ ଚିହ୍ନଟ ହୋଇଥିବା ସ୍ଥାନରେ ଖୋଜାଖୋଜି କରାଯାଇଥିଲା। ଏହି ସମୟରେ ବିଡିଏସ୍ ଟିମ୍ ମାଇନ୍ ନିଷ୍କ୍ରିୟକରଣ ଓ ତଲାସୀ ପରେ ମାଟି ତଳେ ପୋତା ହୋଇ ରହିଥିବା ଏକ ଷ୍ଟିଲ୍ ଡବା ଜବତ କରିଥିଲା। ଏହାକୁ ଯାଂଚ କରିବା ପରେ ସେଥିରୁ ୩୩ଟି ସୁନା ବିସ୍କୁଟ ମିଳିଥିଲା। ପ୍ରତ୍ୟେକ ବିସ୍କୁଟର ଓଜନ ୧୦ ତୋଳା ବୋଲି କୁହାଯାଇଛି। ଏହାର ମୋଟ ଓଜନ ୩୩୦ ତୋଳା (୩.୮୪ କିଲୋଗ୍ରାମ) ଏବଂ ଆନୁମାନିକ ମୂଲ୍ୟ ୪ କୋଟି ୨୯ ଲକ୍ଷ ଟଙ୍କା। ଏହା ବ୍ୟତୀତ ଟେପ୍ରେ ଗୁଡ଼ାଯାଇଥିବା ଏକ ପ୍ୟାକେଟ୍ରୁ ୫୦୦ ଟଙ୍କିଆ ନୋଟ୍ ଆକାରରେ ମୋଟ ୨୪ ଲକ୍ଷ ୨୨ ହଜାର ୫୦୦ ଟଙ୍କା ନଗଦ ମିଳିଥିଲା।

ବିଜାପୁର ଏସ୍ପି ଉମେଶ ପ୍ରସାଦ ଗୁପ୍ତା ଏହାର ସୂଚନା ଦେଇ କହିଛନ୍ତି ଯେ, ଜବତ ସୁନା ଓ ନଗଦ ଟଙ୍କା ସମ୍ପର୍କରେ ଭୈରମଗଡ଼ ଥାନାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିଛି। ସୁରକ୍ଷା ବାହିନୀର ଅଭିଯାନରେ ଏପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନକ୍ସଲ ଡମ୍ପ ଭାବେ ମୋଟ ୮ କୋଟି ୨୪ ଲକ୍ଷ ୩୩ ହଜାର ୩୦୦ ଟଙ୍କା ନଗଦ ଏବଂ ୧୨.୩୪ କିଲୋଗ୍ରାମ ସୁନା ଜବତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande