ବାଂଲାଦେଶରେ ବିଏଚ୍ଇଏଲ୍ ହରିଦ୍ୱାରକୁ ମିଳିଲା ସ୍ୱର୍ଣ୍ଣ ପଦକ
ହରିଦ୍ୱାର, ୨୮ ନଭେମ୍ବର (ହି.ସ.)- ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚ୍ଇଏଲ୍) ହରିଦ୍ୱାରକୁ ବାଂଲାଦେଶର ରାଜଧାନୀ ଢାକାରେ ଆୟୋଜିତ ୫୧ତମ ଇଂଚରନ୍ୟାସନାଲ କନଭେନସନ୍ ଅନ୍ କ୍ୱାଲିଟି କଂଟ୍ରୋଲ୍ ସର୍କଲ୍ସରେ “ସ୍ୱର୍ଣ୍ଣ ପଦକ” ମିଳିଛି। ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୧୪ରୁ ଅଧିକ ଦେଶର ଟିମ୍
स्वर्ण पदक जीतने वाली भेल हरिद्वार की टीम


ହରିଦ୍ୱାର, ୨୮ ନଭେମ୍ବର (ହି.ସ.)- ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚ୍ଇଏଲ୍) ହରିଦ୍ୱାରକୁ ବାଂଲାଦେଶର ରାଜଧାନୀ ଢାକାରେ ଆୟୋଜିତ ୫୧ତମ ଇଂଚରନ୍ୟାସନାଲ କନଭେନସନ୍ ଅନ୍ କ୍ୱାଲିଟି କଂଟ୍ରୋଲ୍ ସର୍କଲ୍ସରେ “ସ୍ୱର୍ଣ୍ଣ ପଦକ” ମିଳିଛି। ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ୧୪ରୁ ଅଧିକ ଦେଶର ଟିମ୍ ଅଂଶଗ୍ରହଣ କରିଥିଲେ। ବିଏଚ୍ଇଏଲ୍ ହରିଦ୍ୱାର ୟୁନିଟ୍ର ପ୍ରତିନିଧିତ୍ୱ କରି ବିଦ୍ୟୁତ୍ ମେସିନ୍ସ ବ୍ଲକ୍-୧ର ଗୁଣତା ଚକ୍ର-୭୭୧ (ତରୁଣ) ଟିମ୍ ଅନଲାଇନ୍ ମାଧ୍ୟମରେ ଏହି ସମ୍ମିଳନୀରେ ଭାଗ ନେଇଥିଲା ଏବଂ ଉତ୍କୃଷ୍ଟ ପ୍ରଦର୍ଶନ କରି ଏହି ସଫଳତା ହାସଲ କରିଥିଲା।

ବିଏଚ୍ଇଏଲ୍ ହରିଦ୍ୱାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରଞ୍ଜନ କୁମାର ଏହି ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇଁ ଟିମ୍ର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଆମର ସମର୍ପିତ କର୍ମଚାରୀମାନେ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟ ଦ୍ୱାରା ସର୍ବଦା ଅନୁଷ୍ଠାନର ଗୌରବ ବଢ଼ାଇ ଆସିଛନ୍ତି। ନିଜ କାର୍ଯ୍ୟକ୍ଷେତ୍ରରେ ନୂତନ ଚିନ୍ତାଧାରା ଆଣିବା, କାମକୁ ସରଳ କରିବା, ଗୁଣବତା ବୃଦ୍ଧି କରିବା ଏବଂ ନୂତନ ଉପକରଣ ଓ ପ୍ରଯୁକ୍ତିର ବିକାଶ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ। ଗୁଣତା ଚକ୍ର ପକ୍ଷରୁ ପ୍ରଭାତ କୁମାର (ଫାସିଲିଟେଟର), ଯୋଗେଶ କୁମାର (ଟିମ୍ ଲିଡର) ଏବଂ ସଦସ୍ୟ ବୀରେନ୍ଦ୍ର ସିଂହ, ଗୌରବ ଓଝା, ସୋମ ଦତ ଓ ରେଶୁ ଚୌହାନ କେସ୍ ଷ୍ଟଡି ଉପସ୍ଥାପନ କରିଥିଲେ।

ଟିମ୍ ପକ୍ଷରୁ ୬୬୦ରୁ ୮୦୦ ମେଗାୱାଟ୍ ପର୍ଯ୍ୟନ୍ତ କୋରପ୍ରେସ୍ ରିଙ୍ଗ୍ର ମେସିନିଂ ଗୁଣବତା ବୃଦ୍ଧି କରିବା ଏବଂ ସମୟସୀମା ହ୍ରାସ କରିବା ଉପରେ ଆଧାରିତ ଏକ ନୂତନ ଟୁଲିଂ ଫିକ୍ସର୍ଚର ଡିଜାଇନ୍ ଓ କାର୍ଯ୍ୟକାରିତା ସମ୍ପର୍କିତ ସୁଧାର ପ୍ରକଳ୍ପ ଉପସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପ ଦ୍ୱାରା କେବଳ ଆର୍ôଥକ ସଂଚୟ ହେବ ନାହିଁ, ବରଂ ଉତ୍ପାଦର ଗୁଣବତାରେ ସୁଧାର ଆସିବା ସହିତ ନିର୍ଦ୍ଧାରିତ ସମୟରେ ଉତ୍ପାଦ ପହଂଚାଇବା ମଧ୍ୟ ସୁନିଶ୍ଚିତ ହେବ।

ଏହି ସଫଳତାରେ ମହାପ୍ରବନ୍ଧକ ନରେନ୍ଦ୍ର ସିଂହ ରାଣା ଏବଂ ଅମିତ କୁମାର ଶର୍ମାଙ୍କ ସହିତ ଗୁଣବତା ଓ ବ୍ୟବସାୟିକ ଉତ୍କର୍ଷତା ବିଭାଗର ପ୍ରତିନିଧିମାନଙ୍କର ମଧ୍ୟ ଯୋଗଦାନ ରହିଥିଲା। ସେମାନେ ଟିମ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

--------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande