ଦିଲ୍ଲୀ, ଆଣ୍ଡାମାନ-ନିକୋବର ସିଭିଲ୍ ସର୍ଭିସ୍ର ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ଗସ୍ତ କଲେ ଇନ୍ଦୋର
ଇନ୍ଦୋର, ୨୮ ନଭେମ୍ବର (ହି.ସ.)- ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସିଭିଲ୍ ସର୍ଭିସ୍ର ୬୨ତମ ବ୍ୟାଚ୍ର ପ୍ରଶିକ୍ଷଣରତ ଅଧିକାରୀମାନେ ମଧ୍ୟପ୍ରଦେଶ ଗସ୍ତ ସମୟରେ ଶନିବାର ଇନ୍ଦୋର ପରିଦର୍ଶନ କରିଥିଲେ। ଏହି ଅବସରରେ ଅଧିକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳ ଶିବମ ବର୍ମାଙ
इंदौर कलेक्टर के साथ दिल्ली, अंडमान-निकोबार सिविल सेवा के प्रशिक्षु अधिकारियों की सामूहिक तस्वीर


ଇନ୍ଦୋର, ୨୮ ନଭେମ୍ବର (ହି.ସ.)- ଦିଲ୍ଲୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ସିଭିଲ୍ ସର୍ଭିସ୍ର ୬୨ତମ ବ୍ୟାଚ୍ର ପ୍ରଶିକ୍ଷଣରତ ଅଧିକାରୀମାନେ ମଧ୍ୟପ୍ରଦେଶ ଗସ୍ତ ସମୟରେ ଶନିବାର ଇନ୍ଦୋର ପରିଦର୍ଶନ କରିଥିଲେ। ଏହି ଅବସରରେ ଅଧିକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳ ଶିବମ ବର୍ମାଙ୍କ ସହ ସାକ୍ଷାତ କରିଥିଲେ। ଜିଲ୍ଲାପାଳ ବର୍ମା ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କୁ ଇନ୍ଦୋର ଜିଲ୍ଲାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ, ନବସୃଜନ, ପ୍ରଶାସନିକ ବ୍ୟବସ୍ଥା ତଥା ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।

ଜିଲ୍ଲାପାଳ ବର୍ମା ଅଧିକାରୀମାନଙ୍କୁ ଇନ୍ଦୋରର ସ୍ୱଚ୍ଛତା ବ୍ୟବସ୍ଥା ଏବଂ ଏହି କ୍ଷେତ୍ରରେ ହାସଲ କରିଥିବା ସଫଳତା ସହିତ ସହରର ପର୍ଯ୍ୟଟନ ସମ୍ଭାବନା, ଗ୍ରୀନ୍ ସିଟିର ଧାରଣା, ସବୁଜ କ୍ଷେତ୍ରର ବିକାଶ ଏବଂ ପରିବେଶ ସୁରକ୍ଷା ପାଇଁ କରାଯାଉଥିବା ପ୍ରୟାସ ବିଷୟରେ ଅବଗତ କରାଇଥିଲେ। ଏଥିସହିତ ସେ ଇନ୍ଦୋରର ସ୍ୱତନ୍ତ୍ର ପରିଚୟ, ନାଗରିକଙ୍କ ଅଂଶଗ୍ରହଣ ଏବଂ ପ୍ରଶାସନିକ କାର୍ଯ୍ୟପ୍ରଣାଳୀର ବିଭିନ୍ନ ଦିଗ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।

ଜିଲ୍ଲାପାଳ କହିଥିଲେ ଯେ, ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ମଧ୍ୟରେ ଇନ୍ଦୋରର କାର୍ଯ୍ୟପ୍ରଣାଳୀ ଏବଂ ଉପଲବ୍ଧିକୁ ନେଇ ବିଶେଷ ଉତ୍ସୁକତା ରହିଥିଲା। ଏହି ଗସ୍ତ ସେମାନଙ୍କୁ ଇନ୍ଦୋରର ପ୍ରଶାସନିକ ଅଭିଜ୍ଞତା ଓ ନବସୃଜନକୁ ବୁଝିବା ପାଇଁ ଏକ ଉତମ ସୁଯୋଗ ଦେବ। ସେ କହିଥିଲେ ଯେ, ଏହି ଅଧିକାରୀମାନେ ଭବିଷ୍ୟତରେ ଦେଶର ବିଭିନ୍ନ ଅଂଚଳରେ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱ ତୁଲାଇବେ। ଏପରି ସ୍ଥିତିରେ ଇନ୍ଦୋରର ବ୍ୟବସ୍ଥା ଓ ଅଭିଜ୍ଞତା ସହିତ ସେମାନଙ୍କୁ ପରିଚିତ କରାଇବା ଗୌରବର ବିଷୟ।

ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ଇନ୍ଦୋର ଗସ୍ତ ସମୟରେ ସହରର ପ୍ରମୁଖ ଐତିହାସିକ ଓ ସାଂସ୍କୃତିକ ସ୍ଥଳଗୁଡ଼ିକ ମଧ୍ୟ ପରିଦର୍ଶନ କରିବେ। ସେମାନଙ୍କ କାର୍ଯ୍ୟକ୍ରମରେ ଲାଲବାଗ ପ୍ୟାଲେସ୍, ରାଜୱାଡ଼ା, ୫୬ ଦୋକାନ ସମେତ ଅନ୍ୟାନ୍ୟ ପ୍ରମୁଖ ଦର୍ଶନୀୟ ଓ ସ୍ୱତନ୍ତ୍ର ସ୍ଥାନ ପରିଦର୍ଶନ ସାମିଲ ରହିଛି। ଏହି ଗସ୍ତ ମାଧ୍ୟମରେ ସେମାନେ ଇନ୍ଦୋରର ଐତିହାସିକ ଐତିହ୍ୟ, ସାଂସ୍କୃତିକ ପରିଚୟ, ଖାଦ୍ୟପେୟ ଏବଂ ବିକାଶ ଯାତ୍ରାକୁ ନିକଟରୁ ଜାଣିବାର ସୁଯୋଗ ପାଇବେ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande