ଢାକାର ମୀରପୁର ଶିଳ୍ପାଞ୍ଚଳରେ ବିଜିବିର ୩୩ଟି ପ୍ଲାଟୁନ୍ ମୁତୟନ, ପରିସ୍ଥିତି ନିୟନ୍ତ୍ରଣରେ ଥିବା ପ୍ରଶାସନର ଦାବି
ଢାକା (ବାଂଲାଦେଶ), ୦୬ ନଭେମ୍ବର (ହି.ସ.)। ଦେଶର ରାଜଧାନୀ ଢାକାର ମୀରପୁର ଶିଳ୍ପାଞ୍ଚଳରେ ପରିସ୍ଥିତିରେ ସୁଧାର ଆସିବାର ଆଂଶିକ ସଙ୍କେତ ମିଳିଛି। ହିଂସାକୁ ଦୃଷ୍ଟିରେ ରଖି ସରକାର ବର୍ଡର ଗାର୍ଡ ବାଂଲାଦେଶ (ବିଜିବି)ର ୩୩ଟି ପ୍ଲାଟୁନ୍ ମୁତୟନ କରିଛନ୍ତି। ଏଠାକାର କର୍ମଚାରୀମାନେ ସର୍ବନିମ୍ନ ମାସିକ ଦର
ढाका के मीरपुर औद्योगिक क्षेत्र-2 में कर्मचारी अशांति के मद्देनजर पुलिस और एसआरबी के जवान तैनात हैं। फोटो - ढाका ट्रिब्यून


ଢାକା (ବାଂଲାଦେଶ), ୦୬ ନଭେମ୍ବର (ହି.ସ.)। ଦେଶର ରାଜଧାନୀ ଢାକାର ମୀରପୁର ଶିଳ୍ପାଞ୍ଚଳରେ ପରିସ୍ଥିତିରେ ସୁଧାର ଆସିବାର ଆଂଶିକ ସଙ୍କେତ ମିଳିଛି। ହିଂସାକୁ ଦୃଷ୍ଟିରେ ରଖି ସରକାର ବର୍ଡର ଗାର୍ଡ ବାଂଲାଦେଶ (ବିଜିବି)ର ୩୩ଟି ପ୍ଲାଟୁନ୍ ମୁତୟନ କରିଛନ୍ତି। ଏଠାକାର କର୍ମଚାରୀମାନେ ସର୍ବନିମ୍ନ ମାସିକ ଦରମା ୩୦ ହଜାର ଟାକା କରିବା ଦାବିରେ ଏକ ସପ୍ତାହରୁ ଅଧିକ ସମୟ ଧରି ଆନ୍ଦୋଳନ କରୁଛନ୍ତି। ଗୁରୁବାର ସମଗ୍ର ଅଞ୍ଚଳକୁ ଏକ ସୁରକ୍ଷା ଛାଉଣିରେ ପରିଣତ କରାଯାଇଥିଲା। ରାସ୍ତାଘାଟରେ ସବୁଆଡ଼େ ପୁଲିସ ଏବଂ ଏସ୍ଆର୍ବି ଯବାନମାନେ ନଜର ଆସିଥିଲେ। ପ୍ରଶାସନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଦାବି କରିଛି।

‘ଢାକା ଟ୍ରିବ୍ୟୁନ୍’ର ରିପୋର୍ଟ ଅନୁଯାୟୀ, ଆଠ ଦିନର ଅଶାନ୍ତି ପରେ ଗୁରୁବାର ବୟନ ଶିଳ୍ପର ଆନ୍ଦୋଳନରତ କର୍ମଚାରୀମାନେ ଶାନ୍ତ ଥିବା ଦେଖାଯାଇଥିଲା। ମୀରପୁର ଶିଳ୍ପାଞ୍ଚଳର ସାଭାର, ଗାଜିପୁର ଏବଂ ନାରାୟଣଗଞ୍ଜର କାରଖାନାଗୁଡ଼ିକରେ ପୁଣି ଉତ୍ପାଦନ ଆରମ୍ଭ ହୋଇଛି। ତେବେ ଆଶୁଲିଆରେ କେତେକ ସ୍ଥାନରେ ବିକ୍ଷୋଭ ଯୋଗୁଁ ୭୦ଟି କାରଖାନାରେ କାମ ବନ୍ଦ ରଖିବାକୁ ପଡ଼ିଛି। ଆଶୁଲିଆରେ କର୍ମଚାରୀମାନେ ରାସ୍ତା ଅବରୋଧ କରିବା ସହ ପୁଲିସ ସହ ସେମାନଙ୍କର ସଂଘର୍ଷ ମଧ୍ୟ ହୋଇଥିଲା।

ପ୍ରଶାସନ ପକ୍ଷରୁ ସମଗ୍ର ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ବିଜିବିର ୩୩ଟି ପ୍ଲାଟୁନ୍ ମୁତୟନ କରାଯାଇଛି। ଦରମା ସମୀକ୍ଷା ପାଇଁ ସରକାର ଏକ ବେତନ ବୋର୍ଡ ଗଠନ କରିଛନ୍ତି। ଡିସେମ୍ବରରୁ ନୂତନ ବେତନ ହାର ଲାଗୁ କରିବାକୁ ଯୋଜନା ଥିବା କୁହାଯାଉଛି। ତେବେ ପ୍ରସ୍ତାବିତ ଦରମା ବୃଦ୍ଧିର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ମୀରପୁର ଶିଳ୍ପାଞ୍ଚଳ ଏକ ବିଶାଳ ଅଞ୍ଚଳ। ଏହା ଅନେକ ଥାନା ଅଞ୍ଚଳ ଏବଂ ବିଭିନ୍ନ ପୁଲିସ ଅଧୀକ୍ଷକଙ୍କ ନିୟନ୍ତ୍ରଣରେ ରହିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande