ଦଳ ଭିତରେ ଫାଟ ଥିବା ନେଇ ଚର୍ଚ୍ଚାକୁ ଭିତିହୀନ ଓ ଗୁଜବ ବୋଲି କହିଲେ ଫାରୁକ୍ ଅବଦୁଲ୍ଲା
ଶ୍ରୀନଗର, ୦୬ ନଭେମ୍ବର (ହି.ସ.)- ନ୍ୟାସନାଲ କନଫରେନ୍ସ (ଏନ୍ସି) ନେତୃତ୍ୱ ଶୁକ୍ରବାର ବିଧାୟକମାନଙ୍କ ଏକ ଗୋଷ୍ଠୀ ସହ ବୈଠକ ପରେ ଏକତାର ପ୍ରଦର୍ଶନ କରିଛି। ଏନ୍ସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଜମ୍ମୁ-କଶ୍ମୀରର ଶାସକ ଦଳ ମଧ୍ୟରେ କୌଣସି ପ୍ରକାରର ମତଭେଦ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ଖାରଜ କରିଛନ୍ତ
ଦଳ ଭିତରେ ଫାଟ ଥିବା ନେଇ ଚର୍ଚ୍ଚାକୁ ଭିତିହୀନ ଓ ଗୁଜବ ବୋଲି କହିଲେ ଫାରୁକ୍ ଅବଦୁଲ୍ଲା


ଶ୍ରୀନଗର, ୦୬ ନଭେମ୍ବର (ହି.ସ.)- ନ୍ୟାସନାଲ କନଫରେନ୍ସ (ଏନ୍ସି) ନେତୃତ୍ୱ ଶୁକ୍ରବାର ବିଧାୟକମାନଙ୍କ ଏକ ଗୋଷ୍ଠୀ ସହ ବୈଠକ ପରେ ଏକତାର ପ୍ରଦର୍ଶନ କରିଛି। ଏନ୍ସି ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଜମ୍ମୁ-କଶ୍ମୀରର ଶାସକ ଦଳ ମଧ୍ୟରେ କୌଣସି ପ୍ରକାରର ମତଭେଦ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ଖାରଜ କରିଛନ୍ତି। ଦଳ ଭିତରେ ଫାଟ ଥିବା ନେଇ ହେଉଥିବା ଚର୍ଚ୍ଚାକୁ ସେ ‘ଭିତିହୀନ ଗୁଜବ’ ବୋଲି କହିଛନ୍ତି।

୨୭ ଅକ୍ଟୋବରରେ ହୋଇଥିବା କ୍ୟାବିନେଟ୍ ସମ୍ପ୍ରସାରଣ ପରେ ଅନେକ ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ ଥିବା ଖବର ସାମ୍ନାକୁ ଆସିବା ପରେ ନ୍ୟାସନାଲ କନଫରେନ୍ସ ଆଜି ସକାଳେ ନିଜ ବିଧାୟକମାନଙ୍କ ସହ ବୈଠକ କରିଥିଲା। ଏଥିରେ ଛଅ ଥରର ବିଧାୟକ ମୁବାରକ ଗୁଲ୍ ମଧ୍ୟ ସାମିଲ ଥିଲେ। ମନ୍ତ୍ରିପରିଷଦରେ ସ୍ଥାନ ନମିଳିବାରୁ ଅସନ୍ତୁଷ୍ଟ ଥିବା ଦଳୀୟ ବିଧାୟକମାନଙ୍କୁ ମନାଇବା ପାଇଁ ଏନ୍ସି ନେତୃତ୍ୱ ଶୁକ୍ରବାର ସକାଳେ ଏହି ବୈଠକ ଡାକିଥିଲା। ବୈଠକରେ ଯୋଗଦେବା ପାଇଁ ଏନ୍ସିର ୧୫ ଜଣ ବିଧାୟକ ଅବଦୁଲ୍ଲା ପରିବାରର ଗୁପକାରସ୍ଥିତ ବାସଭବନରେ ପହଂଚିଥିଲେ।

ବୈଠକ ପରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମସ୍ତ ୧୫ ଜଣ ବିଧାୟକଙ୍କ ସହ ଏକତାର ପ୍ରଦର୍ଶନ କରିଥିଲେ। ଏହି କ୍ୟାବିନେଟ୍ ସମ୍ପ୍ରସାରଣରେ ଚାରି ଜଣ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା। ଫଳରେ ମନ୍ତ୍ରିପରିଷଦର ସଦସ୍ୟ ସଂଖ୍ୟା ବଢ଼ି ୯ ହୋଇଥିଲା, ଯାହା ଆଇନ ଅନୁଯାୟୀ ନିର୍ଦ୍ଧାରିତ ସର୍ବାଧିକ ସୀମା। ଅସନ୍ତୁଷ୍ଟ ବିଧାୟକମାନେ ଦଳର ଶୀର୍ଷ ନେତୃତ୍ୱଙ୍କ ସମ୍ମୁଖରେ ସଂଗଠନ ଓ ପ୍ରଶାସନ ସହ ଜଡ଼ିତ ଅନେକ ଚିନ୍ତା ମଧ୍ୟ ରଖିଥିଲେ।

ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥା ହୋଇ ଅବଦୁଲ୍ଲା କହିଥିଲେ ଯେ, ନ୍ୟାସନାଲ କନଫରେନ୍ସ ଅନେକ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି ବୋଲି ଭିତିହୀନ ଗୁଜବ ପ୍ରଚାର କରାଯାଉଛି। ଏହା ସମ୍ପୂର୍ଣ୍ଣ ଭୁଲ। ଅବଦୁଲ୍ଲା କହିଥିଲେ ଯେ, ଏହି ଦଳ ଏକଜୁଟ ଓ ସଂଗଠିତ ଅଛି। ଯେଉଁମାନେ ଭାବୁଛନ୍ତି ଯେ ସେମାନେ ଏହି ଦଳକୁ ରୋକିପାରିବେ, ସେମାନେ ଜାଣି ରଖନ୍ତୁ ଯେ ଏହି ଦଳ କେବେ ଭାଙ୍ଗିନାହିଁ କିମ୍ବା କେବେ ଭାଙ୍ଗିବ ନାହିଁ, ଇନ୍ଶାଆଲ୍ଲା। ସେ କହିଥିଲେ ଯେ, ଦଳୀୟ ନେତୃତ୍ୱ ଅସନ୍ତୁଷ୍ଟ ବିଧାୟକମାନଙ୍କ ସହ ଆଲୋଚନା କରିଛି। ସେମାନଙ୍କ ଚିନ୍ତା ଯଥାର୍ଥ ଥିଲା ଏବଂ ସେଗୁଡ଼ିକ ଉପରେ ଗଭୀର ଭାବେ ବିଚାର କରାଯାଇଛି। ସମସ୍ତଙ୍କ କଥା ଶୁଣାଯାଇଛି।

ସେ କହିଥିଲେ ଯେ, ଈଶ୍ୱର ଚାହିଁଲେ ଦଳ ଓ ସରକାରକୁ ସୁଦୃଢ଼ କରିବା ପାଇଁ କିଛି ପଦକ୍ଷେପ ଶୀଘ୍ର ନିଆଯିବ, ଅନ୍ୟ କିଛି ପଦକ୍ଷେପ ଧୀରେ ଧୀରେ ନିଆଯିବ। ଏନ୍ସି ଅଧ୍ୟକ୍ଷ କହିଥିଲେ ଯେ, ଲୋକଙ୍କ ସମସ୍ୟା ଦୂର କରାଯିବ। ରାଜ୍ୟ ମାନ୍ୟତା ପୁନଃସ୍ଥାପନ ପାଇଁ ଲଢ଼େଇ ସହିତ ଧାରା ୩୭୦ ଓ ୩୫ଏ ପାଇଁ ସଂଘର୍ଷ ମଧ୍ୟ ଜାରି ରହିବ ଏବଂ ଏହାକୁ ତାର୍କିକ ପରିଣତିରେ ପହଂଚାଯିବ।

ଅସନ୍ତୁଷ୍ଟ ବିଧାୟକମାନଙ୍କ ମଧ୍ୟରୁ ଜଣେ ନଜିର ଗୁରେଜୀ କହିଥିଲେ ଯେ, ବିଧାୟକମାନେ ସମୟ ସମୟରେ ନିଜ ସମସ୍ୟା ନେତୃତ୍ୱଙ୍କ ସମ୍ମୁଖରେ ରଖିଥାନ୍ତି। ଗୁରେଜୀ କହିଥିଲେ ଯେ, କିଛି ଦିନ ପୂର୍ବରୁ ଆମେ ଏକ ସ୍ଥାନରେ ଏକାଠି ବସିଥିଲୁ। ଏହାକୁ ସୋସିଆଲ ମିଡିଆରେ ଏପରି ଭାବେ ଉପସ୍ଥାପନ କରାଗଲା, ଯେପରି ନ୍ୟାସନାଲ କନଫରେନ୍ସରୁ ଏକ ଅଲଗା ଗୋଷ୍ଠୀ ଗଠନ ହୋଇଯାଇଛି। ଏପରି କୌଣସି ଅଲଗା ଗୋଷ୍ଠୀ କିମ୍ବା ଦଳ ଗଠନ ହୋଇନାହିଁ।

ସେ ଆହୁରି କହିଥିଲେ ଯେ, କିଛି ପ୍ରସଙ୍ଗ ଥିଲା, ଯାହା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଓ ଦଳର ଅଧ୍ୟକ୍ଷଙ୍କ ସମ୍ମୁଖରେ ରଖିଥିଲେ। ରାଜନୈତିକ ମାମଲା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସେମାନେ ଆମକୁ ଆଶ୍ୱାସନା ଦେଇଛନ୍ତି। କିଛି ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନିଆଯିବ, ଅନ୍ୟଗୁଡ଼ିକ ଉପରେ ଧୀରେ ଧୀରେ କାମ କରାଯିବ।

--------------------------------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande