ତାମିଲନାଡୁର ଚେଙ୍ଗଲପଟ୍ଟୁ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ତିନି ଜଣ ମହିଳାଙ୍କ ମୃତ୍ୟୁ
ଚେଙ୍ଗଲପଟ୍ଟୁ (ତାମିଲନାଡୁ), ୦୬ ନଭେମ୍ବର (ହି.ସ.)। ଚେଙ୍ଗଲପଟ୍ଟୁ ଜିଲ୍ଲାର ପୈୟାନ୍ନୁରଠାରେ ମାମଲ୍ଲପୁରମ୍ ରୋଡ୍ରେ ହଠାତ୍ ଏକ ଗାଈ ସାମ୍ନାକୁ ଚାଲିଆସିବାରୁ ଭ୍ୟାନ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଭ୍ୟାନ୍ଟି ଓଲଟି ପଡ଼ିଥିଲା। ଏହି ସମୟରେ ଏକ ସରକାରୀ ବସ୍ ଓଲଟି ପଡ଼ିଥିବା ଭ୍ୟାନ୍
.


ଚେଙ୍ଗଲପଟ୍ଟୁ (ତାମିଲନାଡୁ), ୦୬ ନଭେମ୍ବର (ହି.ସ.)। ଚେଙ୍ଗଲପଟ୍ଟୁ ଜିଲ୍ଲାର ପୈୟାନ୍ନୁରଠାରେ ମାମଲ୍ଲପୁରମ୍ ରୋଡ୍ରେ ହଠାତ୍ ଏକ ଗାଈ ସାମ୍ନାକୁ ଚାଲିଆସିବାରୁ ଭ୍ୟାନ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଭ୍ୟାନ୍ଟି ଓଲଟି ପଡ଼ିଥିଲା। ଏହି ସମୟରେ ଏକ ସରକାରୀ ବସ୍ ଓଲଟି ପଡ଼ିଥିବା ଭ୍ୟାନ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ତିନି ଜଣ ମହିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଚେଙ୍ଗଲପଟ୍ଟୁ ଜିଲ୍ଲାର କୂଭାଥୁର ନିକଟସ୍ଥ ପେରୁନ୍ଥୁର ଗ୍ରାମରୁ ଏକ ଘରୋଇ କମ୍ପାନୀର ଭ୍ୟାନ୍ରେ ପ୍ରାୟ ୨୦ ଜଣ ମହିଳା କର୍ମଚାରୀ କେଲମ୍ବାକ୍କମ୍ ଅଭିମୁଖେ ଯାଉଥିଲେ। ଭ୍ୟାନ୍ଟି ପୈୟାନ୍ନୁର ବସ୍ଷ୍ଟାଣ୍ଡ ନିକଟରେ ପହଞ୍ଚିବା ସମୟରେ ହଠାତ୍ ଏକ ଗାଈ ରାସ୍ତାକୁ ଚାଲିଆସିଥିଲା। ଏହା ଦେଖି ଚାଳକ ଭୟଭୀତ ହୋଇ ଗାଡ଼ି ଉପରୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଭ୍ୟାନ୍ଟି ଓଲଟି ପଡ଼ିଥିଲା।

ଏହି ସମୟରେ ସାମ୍ନା ପଟୁ ଆସୁଥିବା ମହାନଗର ପରିବହନ ନିଗମର ଏକ ସରକାରୀ ବସ୍ ଭ୍ୟାନ୍କୁ ଧକ୍କା ଦେଇଥିଲା। ଏହି ବସ୍ଟି ତାମ୍ବରମ୍ରୁ ମାମଲ୍ଲପୁରମ୍ ଅଭିମୁଖେ ଯାଉଥିଲା। ମାମଲ୍ଲପୁରମ୍ ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande